ମାନସିକତା – କଳ୍ପନା ରାଉତ

ଲେଖକ ପରିଚୟ

କଳ୍ପନା ରାଉତ
ବ୍ରହ୍ମପୁରା, ବାଙ୍କୀ, କଟକ | ସଦ୍ୟ ପୋଷ୍ଟ

Read More

ବିଶ୍ବନିୟନ୍ତାଙ୍କ ସୁନ୍ଦର ସୃଷ୍ଟିରେ
ଜନ୍ମିଛନ୍ତି ଯେତେ ଜୀବ,
ସମସ୍ତ ଙ୍କ ଠାରେ ଅଲଗା ଅଲଗା
ମାନସିକତାର ଭାବ ।।୧

ମନୋଦଶା ପରେ ନିର୍ଭର କରଇ
କର୍ମପନ୍ଥା ମନୁଷ୍ଯର,
ଭିନ୍ନ ଭିନ୍ନ ଚିନ୍ତା ଭିନ୍ନ ପ୍ରତିକ୍ରିୟା
କାର୍ଯ୍ୟେ ଦେଖାଦିଏ ତାର ।।୨

ସାତ୍ବିକ ଭୋଜନ ତଥା ଫଳମୂଳ
ଖାଉଥିବା ମନୁଷ୍ଯର,
ମାନସିକତାରେ ଉନ୍ନତି ହୁଅଇ
ଭାବ ସକରାତ୍ମକର ।।୩

ପ୍ରତ୍ୟେକ ଦିନର ଦିନଚର୍ଯ୍ୟା ହୁଏ
ମାନସିକତା ବଳରେ,
ସକରାତ୍ମକ ବା ନକରାତ୍ମକର
କାର୍ଯ୍ୟପନ୍ଥା ଅନୁସାରେ ।।୪

ଯାହା ଚିନ୍ତାଧାରା ସ୍ବଚ୍ଛ ଓ ପବିତ୍ର
ସେପରି କାର୍ଯ୍ୟ ତାହାର,
କୁଭାବନା ମନେ ଅନୁରୂପ କାର୍ଯ୍ୟ
ହୁଏ ନକରାତ୍ମକର ।।୫

ପବନର ବେଗଠାରୁ ବେଗବାନ
ଅଟଇ ମନର ବେଗ,
ପାଞ୍ଚ ପ୍ରକାରରେ ଏହି ମନଟିକୁ
କରା ଯାଇଅଛି ଭାଗ ।।୬

ଅମନ,କୁମନ,ସୁମନ,ବିମନ
ମନ ଆଦି ପାଞ୍ଚ ଗୋଟି,
ପାଞ୍ଚ ଟି ମନରେ ରହିଛି ସେପରି
ପଚିଶ ଗୋଟି ପ୍ରକୃତି ।।୭

ସଜୀବଜଗତ ଏ ପ୍ରକୃତି ବଳେ
କରେ ଜୀବନ ନିର୍ବାହ,
ପ୍ରକୃତି ଯେପରି ଫଳ ସେହିପରି
ଦେଇଥାନ୍ତି ଦୟାମୟ ।।୮

ମାନସିକତାକୁ ସଂଗଠିତ କରି
ସୂଚାରୁ ରୂପେ ଚଳାଇ,
ଦେଶ ଓ ଜାତିର ହିତ ଚିନ୍ତାକର
ନିଜେ ଉପକୃତ ହୋଇ ।।୯

ମାନସିକ ଚିନ୍ତା ଉପରେ ନିର୍ଭର
କରେ ନିଜର ବିଶ୍ବାସ,
ମନ ଦ୍ବାରା ନିୟନ୍ତ୍ରିତ ପ୍ରତି କାର୍ଯ୍ଯ
ବିବେକ ତାର ଅଙ୍କୁଶ ।।୧୦

ମନ ହୋଇଥାଏ କାଚଟେ ପରିକା
ଭାଙ୍ଗିଲେ ଯୋଡି ହୁଏନା,
କଳୁଷିତ ଆଜି ମାନବ ଜୀବନ
ମଣିଷପଣିଆ ବିନା ।।୧୧

ଶୃଙ୍ଖଳିତ ସହ ମାର୍ଜିତ ହୋଇଲେ
ମାନସିକ ଶକ୍ତି ଆମ,
ଭବିଷ୍ୟତ ଆମ ଉଜ୍ବଳ ହୋଇବ
ଜୀବନ ଯାତ୍ରା ସୁଗମ ।।୧୨

ବ୍ରହ୍ମପୁରା, ବାଙ୍କୀ, କଟକ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ