ଏ ଜୀବନ – ଡକ୍ଟର ଶରତ କୁମାର ଚଉଁରୀ

ଲେଖକ ପରିଚୟ

ଡକ୍ଟର ଶରତ କୁମାର ଚଉଁରୀ
ଟିଚର୍ସ କଲୋନୀ, ପିପିଲି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏ ଜୀବନ ସୂର୍ଯ୍ୟ। ସ୍ତର
ନିମିଷକ ଛାଇ,
ଏ ଜୀବନ ଗ୍ରୀଷ୍ମ କାଳ
ବଇ ଶା ଖୀ ନଈ।
ଏ ଜୀବନ ମୋହ ମାୟା
ଅନ୍ଧପୁଟୁଳି ଟେ,
ଏ ଜୀବନ ଥିଲେ ଲୋଭ
ମୃତ୍ୟୁପରେ ତୁଟେ।
ଏ ଜୀବନ ଆତଯାତ
ମିଶିକି ଦି”ଦିନ,
ଏ ଜୀବନ ଜନ୍ମେ ଯୋଗ
ବିୟୋଗ ନିଧନ।
ଏ ଜୀବନ ସତ୍ୟ ମିଥ୍ୟା
ଅଲେଖା ପ୍ରବନ୍ଧ,
ଏ ଜୀବନ ପାପ ପୁଣ୍ୟ
ନିରୁତା ନିବନ୍ଧ।
ଏ ଜୀବନ ରାଗିଣୀ ର
ସାତ ସୁରେ ବନ୍ଧା,
ଏ ଜୀବନ ତାଣ୍ଡବର
ନୃତ୍ୟରଚେ ଛନ୍ଦା।
ଏ ଜୀବନ ସମ୍ମୋହନ
ପ୍ରିୟା ପ୍ରୀତି ସ୍ନେହ,
ଏ ଜୀବନ ନିସ୍ତବ୍ଧର
ବୁକୁ ଫଟା କୋହ।
ଏ ଜୀବନ ଇନ୍ଦ୍ରଧନୁ
ହେଲେ ରଙ୍ଗ ଫିକା,
ଏ ଜୀବନ ସାଥୀ ମେଳେ
ଲାଗେ ଏକା ଏକା।
ଏ ଜୀବନ ଜିଇଁ ବାର
ଆଶା ବୈତରଣୀ,
ଏ ଜୀବନ ଚଲାପଥ
ସୁଦୀର୍ଘ ସରଣି।
ଏ ଜୀବନ ମାନବର
ସୁଖ ଦୁଃଖ ଗୀତି,
ଏ ଜୀବନ ଲେଖନୀ ରେ
ହେବ ନାହିଁ ଇତି।
ଏ ଜୀବନ କର୍ମମୟ
କର୍ମୀ ହିଁ ଜାଣ ଇ,
ଏ ଜୀବନ ମହାଗ୍ରନ୍ଥ
ଲେଖି ହେବ ନାହିଁ।

ସଂ: ଶିଶୁ ଦରବାର
ଟିଚର୍ସ କଲୋନୀ, ପିପିଲି, ପୁରୀ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ