ଆଫା – ପୂର୍ଣ୍ଣଚନ୍ଦ୍ର ମହାରଣା

ଲେଖକ ପରିଚୟ

ପୂର୍ଣ୍ଣଚନ୍ଦ୍ର ମହାରଣା
ବାଳକାଟୀ, ଖୋରଧା, ଓଡିଶା | +

Read More

ଏହି ବିଷୟଟି 99 ଜଣ ପାଠକ ପଢି ସାରିଛନ୍ତି

ସରିବ ସରିବ ହଉଚି
ଦିନ ସରିନି,
ଆସିବ ଆସିବ ହଉଚି
ସଞ୍ଜ ଆସିନି !!

ପବନ ଧୂଳି ଝାଡୁଚି
ଗଛପତ୍ର ଡାହିଡାଳରୁ
ଜହ୍ନ ଉଇଁବ ଉଇଁବ ହଉଚି
ଏ ଯାଏ ଉଇଁନି !!

ଟିକେ ଟାପରା କଲେ
ତମେ ତ ଖାଲି
ଖପର ଖପର
ହସିବ ହସିବ ହଉଥାଅ
ହେଲେ ହସନି !!

ମୋର ଏବେ
ଦୋଷ କଣଯେ
ମୁଁ ତ ସବୁବେଳେ
ବାଇଆ ବାସ୍ତେରିଆ
ଖୋଲି କହିବି କହିବି
ହୁଏ ଯେ କହି ପାରେନି !!

ଆଖି ରେ ଗୁଣ୍ଡ
ପଡ଼ି ଯାଇଛି
ଟିକେ ଆଫା କରିଦେଲ,

ତମ ଲୁଗା କାନି
ଫୁରୁଫୁରୁ ଯେ ହେଲେ
ମୁଁ ଛୁଇଁବି ଛୁଇଁବି ହଉଚି
ଯାହା ଛୁଇଁପାରୁନି !!

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 ରିଭିୟୁ ଗୁଡିକ
Article Rating
Subscribe
Notify of
guest
0 Comments
Inline Feedbacks
ସମସ୍ତ କମେଣ୍ଟ ଦେଖନ୍ତୁ