ରାଗ – ନରେନ୍ଦ୍ର ପ୍ରସାଦ ବେହେରା

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ରାଗ ବୋଲି ଯେଉଁ  ଦୁଇଟା ଅକ୍ଷର
      ମାରାତ୍ମକ ଆମ ପାଇଁ
ରାଗି ଗଲେ ଆମେ  ହେଉ ନିଆଁବାଣ
      କେବଳ କାହାରି ପାଇଁ ।
ସେ ସମୟେ ଯିଏ  ପଡଇ ସାମନେ
       ଭୁଲି ଯାଉଁ ଚିହ୍ନା ମୁହଁ
ଭଲ ଲୋକ ହୁଏ  ଶତ୍ରୁ ଆମ ପାଇଁ
      ନ ଦେଖଇ ତାର ମୁହଁ ।
ରାଗ ଅଟେ ପରା  ପରମ ଚାଣ୍ଡାଳ
        ସମସ୍ତେ ଵୁଝିବା ଆଜି
ରାଗିବାନି କେବେ  କାହାରି ଉପରେ
       କରିବା ଏକାଠି ଭୋଜି ।
ରାଗର ସମୟେ  କହିଥିବା କଥା
     ମନରେ ଥିବ ସାଇତା
ରାଗ ଶାନ୍ତି ହେଲେ  ମନେ ପଡି ଯିବ
      କହିଥିବା କଥା ପିତା ।
ରାଗ କରେ ଶତ୍ରୁ  ରାଗ କରେ ମିତ
       ମଣିଷକୁ ହାହାକାର
ମନର ବେଦନା  କହି ପାରିବନି
       କାହିଁକି ହେବ ନିଜର ।
ଏହି ରାଗ ଯୋଗୁଁ  ଲଙ୍କାକାଣ୍ଡ ହେଲା
         ମରିଲା ଜ୍ଞାନୀ ରାବଣ
ସେତୁ ବନ୍ଧ ବାନ୍ଧି  ଲଙ୍କାରେ ପଶିଲେ
        ଶ୍ରୀରାମ ମାରିଲେ ବାଣ ।
ରକ୍ତ ମାଂସଧାରୀ  ସାମାନ୍ୟ ମଣିଷ
       ଜନମ ହୋଇଛି ଜାଣ
ଗର୍ବ ଅହଙ୍କାରେ  ବୁଡିକି ମରୁଛି
     ମୁହଁକୁ କରି ସେ ଟାଣ ।
ଧରାଶାୟୀ ଦିନେ  ହେବ ତା’ର ଗର୍ବ
       ସମସ୍ତେ କହିବେ ଛିଡା
ଦୁନିଆଁ ଜାଣିବ  ତା ଘର ଠିକଣା
     ହୋଇବ ସେ ଲକ୍ଷ୍ମୀଛଡା ।
ରାଗ ପାଇଁ ଯଦି  ମଣିଷ ସାଜୁଛି
       ସମାଜରେ ଅମଣିଷ
କେମିତି ବଞ୍ଚିବା  କେମିତି ଚଳିବା
     ଭାବିଲେ ଲାଗଇ ବିଷ ।
ମନର ମଧ୍ଯରେ  ରାଗ ରଖି ଆମେ
       ଦେବାନାହିଁ ଅପମାନ
କା’ କଥାରେ ପଡି କେହିକେବେ ଯଦି 
        କରୁଥାଏ ଅଭିମାନ ।
ଅଳ୍ପ ଦିନ ମଧ୍ଯେ   ଭାଙ୍ଗି ଯିବ ତା’ର
       ଗର୍ବ ଆଉ ଅଭିମାନ
ସହିବନି ଧର୍ମ   ବୁଡି ଯିବ କୁଳ
      କହିଛନ୍ତି ଭଗବାନ ।
ରାଗ ରଖି ଯଦି   ଦିଅ ଅପମାନ
      ହେବନି କ୍ଷତି କାହାର
ଜଗତେ ଜାଣିବେ  ତୁମ୍ଭ ନୀତି ଗତି
      ଭାବିବେ ତୁମକୁ ଚୋର ।
ରାଗ ରଖି ଯିଏ   କ୍ଷତି କରି ବସେ
       ପାଇବନି କିଛି ଲାଭ 
ସୁନାମ ଅର୍ଜିଲେ   ଶତ୍ରୁତା ବଢ଼ଇ
     ମୋ ପାଇଁ ହୋଇବ ଶୁଭ ।
କରିଥାଏ ଯଦି  ଦୋଷ କାହା ପାଖେ
       ନିଜ ଗୁଣେ ଦେବ କ୍ଷମା
କ୍ଷମା ଦେବା ଲୋକ  ମହତ ଅଟଇ
         ଆଉ ରାଗିବିନି ଜମା ।
ରାଗ ବୋଲି ଶବ୍ଦ  ମନରୁ କାଢିଲେ
       ଜଗତ ହୋଇବ ସୁନା
ମୁଁ ଅଟେ ସାମାନ୍ୟ  ଛୋଟିଆ ମଣିଷ
         ପାରିବିନି ଦେଇ ଦାନା ।
ଆସ ଆମେ ଆଜି  ଏକାଠି ହୋଇବା
    ଜଗତ ମଙ୍ଗଳ ପାଇଁ
ନଧରିବା କେହି  କାହାରି ଦୋଷକୁ
  ସାକ୍ଷୀ ଜଗତ ଗୋସାଇଁ  ।।
ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ