ସତ ହେବ ଦିନେ ସପନ ତୋର – ଶ୍ୟାମ ସୁନ୍ଦର କୁମ୍ଭାର
ହେ ବସନ୍ତ, ତୁମ ମଳୟ ପବନ ପରସେ
ତନୁ ମନ ହୁଏ ପୁଲକିତ
ସବୁଜିମା ରେ ପୂରିତ ସବୁଜ ବନାନୀ
ଫଳ ପୁଷ୍ପେ ଦିଶେ ସୁଶୋଭିତ ll
ଭ୍ରମର ବଜାନ୍ତି ବୀଣା ହୋଇ ଅମୋଦିତ
ଆମ୍ବ ବନେ କୋଇଲିର ଗୀତ
ଡାକୁଛନ୍ତି ହାତ ଠାରି ଆସ କର ଉପଭୋଗ
ସୁମଧୁର ଗୀତ ଓ ସଂଗୀତ ll
ମନ କହେ ପ୍ରିୟା ସାଥେ ଯାଆନ୍ତି କି ବୁଲି
ଆମ୍ବ ବନେ ହୋଇ କୋଳାକୋଳି
କରି କେତେ ମଧୁର ଆଳାପ
ମହାନନ୍ଦେ ଖେଳନ୍ତି କି ଦୋଳି ??

ତୁମେ ଆସିଛ ବସନ୍ତ ନେଇ ସବୁ ସୁଖ ଶୋଭା ରାଜି
ପାଖେ ଅଛି ପ୍ରିୟା ପ୍ରିୟତମା
ହେଲେ ପାରୁନି ମୁଁ ଯାଇ ମୋ ପ୍ରିୟତମା ପାଖେ
ବାଧାଦିଏ ମୋତେ ଏ କରୋନା ll
ଦିଏ ଆଜି କଡା ଚେତାବନୀ ଯାଆନାରେ ବାୟା
ମିଶିବାକୁ ଏବେ ପ୍ରିୟା ସାଥେ
ବିରହ ବେଦନା କୁ ଚାପି ରଖ ଛାତି ତଳେ
ଲକ ଡାଉନ ଶିକ୍ଷା ଦିଏ ମୋତେ ll
ତୁ ମରିବୁ ତୋ ପ୍ରିୟା ମରିବ ଭାଙ୍ଗିଯିବ ତୁମ
ସପନ ର ଗଢ଼ା ତାଜମହଲ
ଧୈର୍ଯ୍ୟ ରଖ ବାୟା ବଂଚିଥିବୁ ଯେବେ
ସତ ହେବ ଦିନେ ସପନ ତୋର ll
ଶ୍ୟାମ ସୁନ୍ଦର କୁମ୍ଭାର
