ଫଗୁଣ ଦେଇଛି ଧୋକା

ଲେଖକ ପରିଚୟ

ଆର୍ତ୍ତତ୍ରାଣ ଖୁର୍ଡିଆ
ବଙ୍କିଆ, ବୀରମହାରାଜପୁର, ସୋନପୁର | ସଦ୍ୟ ପୋଷ୍ଟ

Read More

ଗଲା ଫଗୁଣର ର ଚିଠି ମୁଁ ପାଇଛି
ଲେଖା ଅଛି ତୁମ କଥା,
ଏଇ ଫଗୁଣରେ ସିନ୍ଦୁର ନାଇଛ
ଦେଖି ଘୁରି ଯାଏ ମଥା ॥

କେତେ ଯତନରେ ଭଲ ପାଉଥିଲି
ରଖିଥିଲି ଶଙ୍ଖା ଚୁଡ଼ି
ଜୀବନ ସାଥିଟେ ଭାବିଥିଲି ସିନା
କାହାସାଥେ ଗଲ ଉଡି.

ପ୍ରେମ ପ୍ରତାରଣା ନଥିଲା ଧାରଣା
ଉଡୁଥିଲି ଝାଡି ଡେଣା,
ମରୀଚିକା ତୁମେ ମାୟାବିନୀ ସାଜି
କରିଗଲ ବାଟ ବଣା.

ଧନ୍ୟରେ ସମୟ ଧନ୍ୟ ତୋ ପ୍ରଣୟ
ଧନ୍ୟ ତୋର ଭାବା ବେଗ,
ନମୁଛି ବିଧାତା ଘଟ ସୂତ୍ର ଦାତା
ଧନ୍ୟ ପ୍ରଣୟ ଆବେଗ.
***********************
ଆର୍ତ୍ତତ୍ରାଣ ଖୁର୍ଡିଆ
ବଙ୍କିଆ,ବୀରମହାରାଜପୁର
ମୋ-୯୪୩୯୧୪୦୮୧୪


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ