ଅବୁଝା କବିତା – ରବୀନ୍ଦ୍ର କୁମାର ବିଶ୍ଵାଳ

ଲେଖକ ପରିଚୟ

ରବୀନ୍ଦ୍ର କୁମାର ବିଶ୍ଵାଳ
ଆଚାର୍ଯ୍ୟ ବିହାର, ଭୁବନେଶ୍ୱର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏବେ ଏଇଠି କୋଉଠି ଥିଲା ଥିଲା ପରି ଲାଗ ଠିକ୍ ସେଦିନ ପରି,
ସତେ ଯେମିତି ମଳୟ ପବନର ହାଲକା ହାଲକା
ମନ ମତାଣିଆ ବାସ୍ନା,
ଶୟନେ ସପନେ ଜାଗରଣେ ଖାଲି ତୁମେ ତୁମେ
ସତେ ଯେମିତି ମୋ ଖୁବ୍ ନିକଟରେ,
ଏବେ କିଛିଦିନ ହେଲା ଅନୁଭବ କଲିଣି
ହଜି ହଜି ଗଲାଣି ମେ! ପାଣ୍ଡିତ୍ୟ ପଣିଆ,
ଏବେ କିଛିଦିନ ହେଲା ଘରେ ବାହାରେ
ସଭିଏଁ ଟୁପୁର ଟାପର ହେଇ ହେଲେଣି
ସତେ ଯେମିତି ମୁଁ ଗୋଟେ ବ୍ୟର୍ଥ ପ୍ରେମିକ,
ତଥାପି ଖୋଜି ଚାଲିଥିବି ତୁମକୁ
ମନେ ମନେ ହେଉ ଅଥବା
ମିଛି ମିଛିକା ର ବାହନା କରି,
ବେଳ ଅବେଳରେ ଖାତା କଲମ ଧରି
ଲେଖୁଥିବି କିଛି କିଛି ଅବୁଝା କବିତା,
କଳ୍ପନା ରେ ତିଆରି କରିଥିବା
ସେହି ଅଭୁଲା ସ୍ମୃତିକୁ,ସାଇତି ରଖିବା ପାଇଁ
ଲେଖ୍ ଚାଲିଥିବି କାଳିଦାସଙ୍କ ପରି ହେଉ
ଅଥବା ବ୍ୟର୍ଥ ପ୍ରେମୀକ କବିଟିଏ ପରି |

Writer’s Details: ରବୀନ୍ଦ୍ର କୁମାର ବିଶ୍ଵାଳ
ଆଚାର୍ଯ୍ୟ ବିହାର, ଭୁବନେଶ୍ୱର -୭୫୧୦୧୩
ମୋ – ୯୩୩୭୨୩୨୨୩୩
Content Category:
Submission Date: Aug 20, 2019


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ