ଦାର୍ଢ୍ୟତାଭକ୍ତି କଥାମୃତ – ବଳରାମ ଦାସ ସମ୍ବାଦ – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 56 ଜଣ ପାଠକ ପଢି ସାରିଛନ୍ତି

ବଡ଼ଦାଣ୍ଡ ସେଦିନ ଉଚ୍ଛୁଳି ପଡୁଥିଲା । ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଭକ୍ତ ମାନଙ୍କ ଗହଳି ଜନ ସମୁଦ୍ରର ଭ୍ରମ ସୃଷ୍ଟି କରୁଥିଲା । ଥାଳି ମାରି ଦେଲେ ସତେ ଯେମିତି ବହୁ ଦୂରକୁ ଚାଲି ଯିବ ସେହିପରି ବୋଧ ହେଉଥିଲା ।ଘଣ୍ଟ ବାଦ୍ୟ ନାଦରେ ଗଗନ ପବନ ପ୍ରକମ୍ପିତ ହେଉଥିଲା । ବିଭିନ୍ନ ଭଙ୍ଗୀରେ ସଂକୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ ପରିବେଷଣ କରି ଚାଲିଥିଲେ । ଓଡ଼ିଶାର ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ କୁ ବିଭିନ୍ନ ମୁଦ୍ରାରେ ଶିଳ୍ପୀମାନେ ନୃତ୍ୟ ପ୍ରଦର୍ଶନ କରୁଥିଲେ । ହରିବୋଲ ହୁଳହୁଳି ଶବ୍ଦରେ ପୂରିଉଠୁଥିଲା ସ୍ଥାନଟି । ନନ୍ଦିଘୋଷ, ତାଳଧ୍ଵଜ, ଦେବଦଳନ ରଥ ତିନୋଟି ସଜ୍ଜିତ ହୋଇ ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା । ଚତୁର୍ଦ୍ଧା ମୂର୍ତ୍ତୀ ତିନି ରଥରେ ନିଜ ନିଜ ଆସ୍ଥାନ ରେ ବିରାଜିତ । ଗଜପତି ପ୍ରତାପରୁଦ୍ର ଦେବଙ୍କ ଆସିବା ସମୟ ହେଇଗଲାଣି । ତାଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହେଲା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ । ଏହି ସମୟରେ ଏକ ଅଭାବନୀୟ ଘଟଣା ଘଟିଲା । ନନ୍ଦିଘୋଷ ରଥ ଉପରକୁ ଉଠୁଥିବା ସମୟରେ ଜଣେ ବ୍ୟକ୍ତି ଙ୍କୁ ଗାଳି କରି , ମାଡ଼ ମାରି ଠେଲି ଦେଉଥିଲେ କେତେକ ସେବାୟତ ।” ହ୍ଯାପ ସାହସ ଦେଖ । ଦେବତା ମାନେ ଯାହା ସେବା କରିବାକୁ ଉତ୍ସୁକ ହୋଇ ରହିଥାନ୍ତି ଦେଖ ବଳିଆ କେମିତି ସ୍ନାନ ଶୈ।ଚ ନହୋଇ ସିଧା ସିଧା ଚାଲି ଆଇଚି ସେହି ମହାପ୍ରଭୁ ଙ୍କ ରଥ ଉପରକୁ ! ମୁହଁ ରୁ ଭଣ ଭଣ ଗନ୍ଧ ବାହାରୁଛି । ଗାଲରେ ପାନ୍ ପିକ କୁଙ୍କୁମ ର ଦାଗ ଲାଗି ରହିଛି । କେଉଁ ବେଶ୍ୟା ର ପଲଙ୍କ ରୁ ବୋଧେ ସିଧା ଚାଲି ଆସିଛି ।ଯାଉଛୁ ନା ଏଠାରୁ ? “ଏମିତି କହି ଧକ୍କା ମାରି ରଥ ତଳକୁ ଗଡ଼ାଇ ଦେଲେ ସେବାୟତ ମାନେ । ବିଧା, ଗୋଇଠା ଯିଏ ଯେମିତି ପାରିଲା ମାରି ରଥ ପାଖରୁ ଠେଲି ଦେଲେ ସେମାନେ । ଅପରାଧ ତ ନିଶ୍ଚୟ ହୋଇଛି । ମନେ ପଡ଼ିଲା ଗୋଟି ଗୋଟି ହୋଇ ତାଙ୍କର । ବେଶ୍ଯାଳୟ ରେ ଥିବା ସମୟରେ ଘଣ୍ଟ ବାଦ୍ୟ ଏବଂ ସଂକୀର୍ତ୍ତନ ର ମଧୁର ତାନ କାନରେ ପଡ଼ିବା ମାତ୍ରେ ସେ ଚମକି ଉଠିଥିଲେ ଏବଂ ରଥଯାତ୍ରା କଥା ମନେ ପକାଇ ନିଜକୁ ଧୀକ୍କାର କରି ସେ ଏକ ରକମ ଦୈ।ଡି ଦୈ।ଡି ନନ୍ଦିଘୋଷ ରଥ ନିକଟରେ ପହଞ୍ଚିଥିଲେ । କିନ୍ତୁ ସେ ଏଭଳି ଅପମାନ ପାଇବେ ବୋଲି ଆଦୈ। ଭାବି ନଥିଲେ । ପ୍ରଭୁଙ୍କ ପ୍ରତି ଅତିରିକ୍ତ ଆକର୍ଷଣ ଯୋଗୁଁ ହିଁ ସେ ଅଶୈ।ଚ ଅବସ୍ଥାରେ ମଧ୍ୟ ରଥ ପାଖକୁ ଚାଲି ଆସିଥିଲେ ।

ତୀବ୍ର ଅପମାନ ଏବଂ ପ୍ରବଳ ମାଡ଼ ଯୋଗୁଁ ଘୋର ମାନସିକ ଯନ୍ତ୍ରଣା ପାଇଲେ ସେହି ଭକ୍ତ ଜଣକ ।ଚକ୍ଷୁ ଯୁଗଳ ରୁ ଧାର ଧାର ଅଶ୍ରୁ ନିର୍ଗତ ହେଉଥିଲା । ଅନୁତାପ ର ନିଆଁ ରେ ସତେ ଯେମିତି ଦଗ୍ଧ ହେଉଥିଲା ତାଙ୍କ ସମଗ୍ର ଶରୀର । ସେ ଦୁଇ ହାତକୁ ଉପରକୁ ଟେକି କାନ୍ଦି କାନ୍ଦି ଅଭିମାନ କରି କହୁଥିଲେ ସେ,”ହେ ମହାବାହୁ ! ଏ ବଳିକୁ କ୍ଷମା କର ବଳିୟାର ଭୁଜ ।ମୋର ଅତ୍ୟଧିକ ଭଲ ପାଇବାର ପରିଣାମ କ’ଣ ଏଇଆ ? ହାତରେ ତ ସୁଦର୍ଶନ ଚକ୍ର ଥିବ ଯଦି ମୋର ଭୁଲ୍ ହେଲା ମୋତେ ନିଜେ ମାରି ଦେଇଥାନ୍ତୁ ।ତା ନ କରି ସେବକ ମାନଙ୍କ ହାତରେ ଗାଳି ମାଡ଼ ଖୁଆଇଲୁ । ମୁଁ ଯଦି ପ୍ରକୃତରେ ତୋତେ ଭଲ ପାଉଥାଏ । ଯଦି ମୋତେ ତୋର ଭକ୍ତ ବୋଲି ପ୍ରକୃତରେ ଭାବୁଥାଉ ହେ ନନ୍ଦର ନନ୍ଦନ, ଯଶୋଦା ର ପ୍ରାଣ କାଳିଆ ସେଇ ନନ୍ଦ ରାଜାଙ୍କ ରାଣ ରହିଲା ଏ ରଥ ଆଦୈ। ଚଳିବ ନାହିଁ ।ମୋର ଅପମାନ କ’ଣ ତୋତେ ବାଧୁ ନାହିଁ ଜଗା ? ମୁଁ ଯାଉଛି ଯାହା ତୋର ଇଚ୍ଛା ତୋର ।”ଏହି ପରି ବିଭିନ୍ନ ବ୍ୟାଜ ଗାଳି କରି ରଥ ଆଡ଼କୁ ଅନାଇଁ ଅନାଇଁ ବାଙ୍କୀ ମୁହାଣ ଆଡ଼କୁ ଆଗେଇ ଚାଲିଲେ ଭକ୍ତ ବଳରାମ ଦାସ । ପୁରୁଷୋତ୍ତମ କ୍ଷେତ୍ର ନିବାସୀ, ମହନ୍ତ ସୋମନାଥଙ୍କ ଶିଷ୍ୟ ବଳରାମ ଦାସ ଭିକ୍ଷା ମାଗି ପରିବାର ପ୍ରତିପୋଷଣ କରୁଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ଦିନ ବିତି ଯାଉଥିଲା । ପ୍ରଭୁ ଙ୍କ କଥା ଶୁଣି ସେ ଭାବ ବିହ୍ୱଳ ହୋଇ ଯାଉଥିଲେ ‌। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସେ ଅତି ମାତ୍ରାରେ ଭଲ ପାଉଥିଲେ । ତାଙ୍କ ଠାରେ ସବୁ କିଛି ସମର୍ପଣ କରି ସେ ଆତ୍ମତୃପ୍ତି ପାଉଥିଲେ । କିନ୍ତୁ ଏ ସବୁ ସତ୍ତ୍ୱେ ତାଙ୍କର ଗୋଟିଏ ଦୁର୍ଗୁଣ ଥିଲା ଯେ ବେଶ୍ୟାଳୟକୁ ଯିବା ତାଙ୍କର କେବେ ବନ୍ଦ ହେଉନଥିଲା ‌। ତେଣୁ ସେବାୟତ ମାନେ ତାଙ୍କୁ ଘୃଣା କରୁଥିଲେ । ରଥଯାତ୍ରା ସମୟରେ ଜଗନ୍ନାଥଙ୍କ ରଥ ଉପରକୁ ବିନା ସ୍ନାନ ଶୈ।ଚରେ ଉଠିଥିବା କାରଣରୁ ସେବାୟତ ମାନଙ୍କ ଦ୍ଵାରା ସେ ଅପମାନିତ ହୋଇ ଥିଲେ । ବାଙ୍କୀ ମୁହାଣ ରେ ପହଞ୍ଚି ବଳରାମ ବାଲି ଉପରେ ବସି ରହିଲେ । ଲୋତକ ର ଧାରା ଅନବରତ ବହି ଚାଲିଥିଲା । ଏତେ ବଡ଼ ଅପମାନ କୁ ସେ ସହଜରେ ଭୁଲି ପାରୁ ନଥିଲେ ।ମନେ ମନ ଜଗନ୍ନାଥଙ୍କୁ ସ୍ମରଣ କରି ତିନୋଟି ରଥ ତିଆରି କରିଦେଲେ ବଳରାମ ଦାସ । ତିନି ରଥ କୁ ଲକ୍ଷ୍ୟ କରି ଠାକୁରଙ୍କୁ ନାନା ପ୍ରକାର ସ୍ତୁତି କରି କହିଲେ,” ଯଦି ଧର୍ମ ସତ୍ୟ । ଯଦି ମୁଁ ଶୁଦ୍ଧ ମନପ୍ରାଣ ରେ ତୁମକୁ ଭଲ ପାଏ । ତେବେ ହେ ଚକାନୟନ ମୋର ଏଇ ତିନି ରଥରେ ଭାଇ ଭଉଣୀ ସହିତ ବିଜେ କରିବାକୁ ପଡ଼ିବ । ନଚେତ୍ ମୁଁ ବରଂ ଏଇଠି ଅନାହାରରେ ଜୀବନ ତ୍ୟାଗ କରିବି ଆଉ କେବେ ମଧ୍ୟ ବଡ଼ଦାଣ୍ଡ କୁ ଫେରିବି ନାହିଁ ।”ଏହା କହି ସେ ଠାକୁରଙ୍କୁ ସ୍ତୁତି କରିବାକୁ ଲାଗିଲେ । ଏହିପରି କିଛି ସମୟ ବିତିଗଲା । ହଠାତ୍ ବାଲି ରଥ ଗୁଡ଼ିକୁ ଦେଖି ଚମକି ପଡିଲେ ବଳରାମ ଦାସ । ସେ ସୁପ୍ତ ନା ଜାଗ୍ରତ ।ରଥ ଗୁଡ଼ିକରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତୀ । ସେ ଭାବ ବିହ୍ୱଳ ହୋଇ କାନ୍ଦି ପକାଇ “ନିସ୍ତରିଲି ନିସ୍ତରିଲି”ବୋଲି ଉଚ୍ଚାରଣ କରିବାକୁ ଲାଗିଲେ । କିନ୍ତୁ ଅଭିମାନ କାରଣରୁ ସିଧାସଳଖ ଦେଖି ନଥିଲେ । ତାଙ୍କ ଅଭିମାନ ଭାଙ୍ଗିବା ପାଇଁ ମହାପ୍ରଭୁ ଜଗନ୍ନାଥ କହିଲେ,”ଭକ୍ତ ବଳିଆ ! ଆଉ ଅଭିମାନ କର ନାହିଁ ।ତୋ ମନରେ ଗଭୀର ଆଘାତ ଲାଗିଥିବା କାରଣରୁ ଖାସ୍ ତୋରି ପାଇଁ ହିଁ ନନ୍ଦିଘୋଷ ତ୍ୟାଗ କରି ଏହି ବାଲି ରଥ ଉପରକୁ ଆମେ ସମସ୍ତେ ଚାଲି ଆସିଛୁ ।”ଭକ୍ତ ବଳରାମ ଦାସ ଗଦ୍ ଗଦ୍ ଚିତ୍ତରେ ବାରମ୍ବାର ପ୍ରଣାମ କରି ସ୍ତୁତି କରିବାକୁ ଲାଗିଲେ । ନିଜର ଆରାଧ୍ୟ ,ଏକାନ୍ତ ଆପଣାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବ୍ୟାଜ ଗାଳି ଦେଇ ଥିବାରୁ ଅପରାଧ କ୍ଷମା କରିବାକୁ ନିବେଦନ କରିବା ସହିତ ନିଜକୁ ଧିକ୍କାର କରିବାକୁ ଲାଗିଲେ । ଗଭୀର ଭାବରେ ଧ୍ୟାନ କରି ମନ ରଜ୍ଜୁ ରେ ରଥ ଗୁଡ଼ିକ ଟାଣିବାକୁ ଲାଗିଲେ । ଠାକୁର ଙ୍କ ଠାରେ ଚିତ୍ତ ନିବେଶ କରି ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରି ଶରୀର ଜ୍ଞାନ ଭୁଲିଗଲେ ଭକ୍ତଶ୍ରେଷ୍ଠ ବଳରାମ ଦାସ ।

ବଳରାମ ଦାସ ରଥ ପାଖରୁ ବିତାଡିତ ହୋଇ ଚାଲିଗଲା ପରେ ଛେରାପହଁରା ନୀତି ସମ୍ପନ୍ନ ହେଲା ପରେ ଗଜପତି ଶ୍ରୀନଅରକୁ ଫେରି ଗଲେ । ରଥଟଣା ଆରମ୍ଭ କରିବା ପାଇଁ ଚାରମାଳ ଫିଟା ଗଲା । ସାରଥୀ ରଥ ଟାଣିବାକୁ ଈସାରା ଦେଲେ ‌ଡାହୁକ ଡକରା ଛାଡ଼ିଲା । କିନ୍ତୁ ଆଶ୍ଚର୍ଯ୍ୟ ର କଥା ରଥ ଇଞ୍ଚେ ସୁଦ୍ଧା ହଲିଲା ନାହିଁ । ମଣିମା ମଣିମା ଡାକ ନିଷ୍ଫଳ ହେଲା ।ଏ ଖବର ଗଜପତି ମହାରାଜାଙ୍କ କାନକୁ ଗଲା । ରାଜା ତାଙ୍କ ହାତୀ ମାନଙ୍କ ଦ୍ଵାରା ରଥ ଟାଣିବାକୁ ପ୍ରୟାସ କରି ନିରାଶ ହେଲେ । ଶେଷରେ କିଛି ବିଘ୍ନ ହେବା ଆଶଙ୍କା ରେ ଠାକୁରଙ୍କ ସମ୍ମୁଖରେ ଧ୍ୟାନ କଲେ । ଠାକୁର ସ୍ୱପ୍ନାଦେଶ ଦେଇ କହିଲେ,”ହେ ରାଜା, ଭକ୍ତ ର ଡାକ ମୁଁ ଏଡାଇ ପାରିବି ନାହିଁ । ମୋର ଭକ୍ତ ମାନେ ସଦା ଶୁଚିବନ୍ତ ଥାଆନ୍ତି ।କାରଣ ମୋର ନାମ ଉଚ୍ଚାରଣ ମାତ୍ରେ ଶରୀର ଶୁଦ୍ଧ ହୋଇଥାଏ । ମୋର ଭକ୍ତ ବଳରାମ ଦାସ ତୋର ସେବକ ମାନଙ୍କ ଠାରୁ ମାଡ଼ ଗାଳି ଖାଇ ବାଙ୍କି ମୁହାଣ ରେ ମୋତେ ସ୍ତୁତି କଲା । ରଥ ନିକଟରୁ ତଡ଼ା ଖାଇବା ପରେ ବାଲି ରେ ତିନି ରଥ ନିର୍ମାଣ କରି ମୋତେ ଆବାହନ କଲା । ଭାବରେ ବନ୍ଧା ବୋଲି ତ ମୋତେ ଭାବଗ୍ରାହୀ କହନ୍ତି । ତେଣୁ ବର୍ତ୍ତମାନ ଆମ୍ଭେ ବଳରାମ ଦାସ ର ବାଲିରଥରେ ବିରାଜମାନ କରିଛୁ ।ତୋର ସେବକ ମାନେ ଦାନ୍ତରେ ତିରଣ ଧରି ତାକୁ କ୍ଷମା ମାଗନ୍ତୁ । ଶାଢ଼ୀ ଶିରପା ବାନ୍ଧି ସମ୍ମାନ ସହ ରଥକୁ ନେଲା ପରେ ସେ କହିବା ମାତ୍ରେ ରଥ ଗଢ଼ିବ ।” ରାଜା ଙ୍କ ନିର୍ଦ୍ଦେଶରେ ସେବକମାନେ ରାଜାଙ୍କ ସହିତ ବାଙ୍କୀ ମୁହାଣ ରେ ବଳରାମ ଦାସ ଙ୍କୁ କ୍ଷମା ମାଗିବା ସହ ସସମ୍ମାନେ ଶୋଭାଯାତ୍ରା କରି ରଥ ପାଖକୁ ନେଇ ଗଲେ । ବଳରାମ ଦାସ ଠାକୁରଙ୍କୁ କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲେ ।”ମୋ ସମ୍ମାନ ରକ୍ଷା ପାଇଁ ମୋ କାଳିଆ ଠାକୁରଙ୍କୁ ମୁଁ କେତେ କଷ୍ଟ ନ ଦେଲି ?ମୋ ପାଇଁ ପ୍ରଭୁ ଜଗନ୍ନାଥ ଙ୍କୁ ନିଜ ନନ୍ଦିଘୋଷ ରଥ ତ୍ୟାଗ କରିବାକୁ ହେଲା ‌।ମୋ ଛାର ଭୃତ୍ୟ ପାଇଁ ପ୍ରଭୁଙ୍କ ଯାତ୍ରା ବିଳମ୍ବିତ ହେଲା । ଏବେ ଉଠ ମହାବାହୁ ଭକ୍ତ ମାନେ ଅପେକ୍ଷା କରିଛନ୍ତି ।” ଏତିକି କହିବା ମାତ୍ରେ ଘର୍ଘର ନାଦ କରି ଗଡିବାକୁ ଆରମ୍ଭ କଲା । ଯେଉଁ ରଥ ଇଞ୍ଚେ ସୁଦ୍ଧା ହଲୁ ନଥିଲା । ଏବେ ହାତ ମାରିବା ମାତ୍ରେ ଗଡିବାକୁ ଲାଗିଲା ।”ଜୟ ଜଗନ୍ନାଥ “ଧ୍ବନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଲା । ଲୋକ ମାନଙ୍କ ମୁହଁରେ ସେଇ ଗୋଟିଏ କଥା,”ଧନ୍ୟ ଭକ୍ତ ବଳରାମ ଦାସ । ଧନ୍ୟ ତୁମର ପ୍ରଭୁଙ୍କ ପ୍ରତି ଭକ୍ତିଭାବ ।”

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା – ଅନୁଗୋଳ,
ମୋବାଇଲ ନମ୍ବର – ୭୯୭୮୦୫୭୬୯୫

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
2 Comments
Oldest
Newest Most Voted
Inline Feedbacks
View all comments
ହେମନ୍ତ କୁମାର ବରାଇ
Guest
ହେମନ୍ତ କୁମାର ବରାଇ
15 days ago

ସୁନ୍ଦର ଆଖ୍ଯାୟିକା,ନମସ୍କାର

ରଙ୍ଗନାଥ ରଥ
Guest
ରଙ୍ଗନାଥ ରଥ
15 days ago

ଭକ୍ତ ବଳରାମ ଦାସଙ୍କର ପ୍ରଭୁଙ୍କ ପ୍ରତି ଥିବା ଅନନ୍ୟ ଭକ୍ତିଭାବର ପରାକାଷ୍ଠା ଥିବା ଏଇ ଆଖ୍ୟାୟିକାଟି ଓଡ଼ିଶାର ଘରେଘରେ “ଦାର୍ଢ଼୍ୟତା ଭକ୍ତି” ମାଧ୍ୟମରେ ପରିଚିତ ହେଲେ ମଧ୍ୟ ଶ୍ରୀଯୁକ୍ତ ଘନଶ୍ୟାମ ସହୁ ଏଇ ଆଲେଖ୍ୟଟିକୁ ସୁନ୍ଦର ଭାବରେ ସଜାଇ ପରିବେଷଣ କରିଥିବାରୁ ସେ ଅଶେଷ ଧନ୍ୟବାଦର ପାତ୍ର। ଜୟ ଜଗନ୍ନାଥ।