ମହିମା ଗାଥା – ଵିରଞ୍ଚି ନାରାଯଣ ପ୍ରସାଦ ନାୟକ

ଲେଖକ ପରିଚୟ

ବିରଞ୍ଚି ନାରାୟଣ ପ୍ରସାଦ ନାୟକ
କବି କୁଟୀର, ନାଚୁଣୀ, ଖୋର୍ଦ୍ଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପଥରେ ପଥର ପଡିଥିଲେ ପରା
ପାଦରେ ଦଳନ୍ତି ଲୋକେ
ସେହି ପଥରରେ ସିନ୍ଦୁର ଲାଗିଲେ
ଭକ୍ତ ମନ ଭରି ଡାକେ
କନା ଖଣ୍ଡେ ଲୋଡା ପୋଛାପୋଛି ପାଇଁ
ମଇଳାକୁ ସଫା କରେ
ସେହି କନା ଯଦି ଵାନା ହୋଇ ଉଡେ
ପତିତ ଜନ ଉଦ୍ଧାରେ
କେତେ କେତେ ଅନ୍ନ ଖିଆ ଵୁହା ହୁଏ
ପେଜ ନାଳେ ପଡିଥାଇ
ସେଥିରୁ କଣିକେ କୈଵଲ୍ୟ ହୋଇଲେ
ମହା ପ୍ରସାଦ ଵୋଲାଇ
ଏଣେ ତେଣେ ଲାଗିଥିଵା ସିନ୍ଦୁରକୁ
ପୋଛି ଦେଲେ ସଫା ହୋଇ
ସଧଵା ମଥାରୁ ସିନ୍ଦୁର ପୋଛିଲେ
ଵିଧଵା ପାଲଟି ଯାଇ
କେତେ କେତେ ଜନ କେତେ କେତେ କଥା
ବର୍ଷ ଵର୍ଷ ଲେଖୁଥାନ୍ତି
ଵିଚାରପତିଙ୍କ ଧାଡିଏ ଲେଖାରେ
କଏଦୀ ଫାଶୀ ପାଆନ୍ତି
ସଂସାର ଭିତରେ ଵାୟୁ ଚଳୁଥିଲେ
ସମସ୍ତେ ଖୁସି ଲଭନ୍ତି
ଶରୀର ଭିତରୁ ବାୟୁ ଚାଲିଗଲେ
ମଶାଣିକୁ ନେଇ ଯାନ୍ତି
କେଉଁ ଗଣ୍ଠି ଖୋଲେ କେଉ‌ଁ ଗଣ୍ଠି ଛିଡେ
କେହି ନୁହେଁ ଚିରସ୍ଥାୟୀ
ଵିଵାହ ବେଦୀରେ ଯେଉଁ ଗଣ୍ଠି ପଡେ
ମଲା ପରିଯନ୍ତେ ଥାଇ

କଵି କୁଟୀର,ନାଚୁଣୀ,ଖୋର୍ଦ୍ଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ