ମୋ ଭାଷା

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମୋ ଭାଷା
ବାସନ୍ତୀ ଲତା ଜେନା

ମୋ ଦେଶ ଭାରତ ବିଶାଳ ଅଟେ ତ
ଭାଷା ତାର ଭିନ୍ନ ଭିନ୍ନ
ମୋ ରାଜ୍ୟ ଓଡିଶା ଓଡ଼ିଆ ମୋ ଭାଷା
ରଖିଛି ଜାତିର ମାନ l 1l
ଓଡ଼ିଆର ଭାଷା ସୁନ୍ଦର ଅଟଇ
ଶୃତି ମଧୁର ତ ସେଇ
ମାଆର ମମତା ଜଣାଏ ମୋ ଭାଷା
କେତେ ସ୍ନେହ ଶ୍ରଦ୍ଧା ଦେଇ l 2l
ଉତ୍କଳ ସଂସ୍କୃତି ଜଗନ୍ନାଥ ଧାମ
ଜଣାଏ ଓଡ଼ିଆ ଗାଥା
ଗପ କାହାଣୀରେ ଭର ପୂର ଅଛି
ପୁରାଣ ଲିଖିତ କଥା l 3l
କେତେ ବଡ଼ କବି ଲେଖକ ଅଛନ୍ତି
ଓଡ଼ିଆରେ ଗ୍ରନ୍ଥ ଲେଖି
ଶାସ୍ତ୍ରୀୟ ମାନ୍ୟତା ମୋ ଭାଷା ପାଇଛି
କାଳ ସ୍ତମ୍ଭ ଅଛି ସାକ୍ଷୀ l 4l
ଓଡ଼ିଆ ଜାତିର ଗର୍ବ ଗଉରବ
ମୋ ଭାଷାକୁ ଉଚ୍ଚ କରି
ଓଡ଼ିଆ ଭାଷାରେ କଥା ଶୁଣି ଦେଲେ
ମନ ଯାଉ ଥାଏ ପୂରି l 5l
ମୋ ଭାଷା ଓଡ଼ିଆ ମୋ ରାଜ୍ୟ ସଂସ୍କୃତି
ଅଟେ ତ ବହୁ ପ୍ରାଚୀନ
ଆମ ପରମ୍ପରା ସବୁଠୁ ନିଆରା
ରଖିବା ତାର ସମ୍ମାନ l 6l
::::::::::::+::::::::
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
ମୋ :8658655979


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ