କବିତା ଓ ପ୍ରେମ – ରଞ୍ଜିତା ଦାସ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଯେବେ ତମେ ଏକ କପଟିଆର ପ୍ରେମରେ ନିଜକୁ ହଜେଇଦେଲ,
ସେବେ ମୁଁ କବିତାର ପ୍ରେମରେ ପଡ଼ିବାକୁ ଲାଗିଲି |
ଯେବେ ତମ ମନ ଏକ ଦଗାଦିଆରେ ପ୍ରେମ ପାଇଁ ପାଗଳ ,
ସେବେ ମୁ କବିତା ଆଉ ଲେଖନୀର ମୂନରେ ବିଭୋର |
ଆଉ ଯେବେ ତମ ମନ ସେ ମୁଖାପିନ୍ଧା ମଣିଷକୁ ଝୁରିଲା,
ସେବେ ମୋ କଲମ ମୋ ଅନୁପସ୍ଥିତିରେ ଲୁହ ଝରେଇଲା |
କେବଳ ଏତିକି ଫରକ ଯେ, ସେ ପ୍ରତାରଣା କରୁଥିବା ମଣିଷଟି ଦିନ କେଇଟାରେ ତମକୁ
ଭୁଲିଗଲା ଆଉ ଏ କଲମ ମତେ ଆଜି ଯାଏଁ କେବେ ଧୋକା ଦେଇନି କି ଦେବନି ମଧ୍ୟ |
Writer’s Details: Ranjita Das , NIT Rourkela, Odisha, India.
Content Category:
Submission Date: Aug 08, 2019
