ବାପା – ସଲିଳ କୁମାର ସ୍ଵାଇଁ

ଲେଖକ ପରିଚୟ

ସଲିଳ କୁମାର ସ୍ଵାଇଁ
ମଙ୍ଗଳାଯୋଡି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 12 ଜଣ ପାଠକ ପଢି ସାରିଛନ୍ତି

ବାପା
ପିଲାମାନଙ୍କର
ଏକ ଅଭୟ ଆଶ୍ରୟ
ଖାଇବା ପିନ୍ଧିବା ରହିବା\’ର
ଏକ ନିର୍ଭର ପ୍ରତିଶ୍ରୁତି
ଉପରକୁ କଠୋର ଦିଶୁଥିବା
ଏକ ସେନେହୀ ମଣିଷ ।

ବାପା
ଅଙ୍ଗୁଳି ଧରି ଚାଲି ଶିଖେଇଥିବା
ଜଣେ ସଠିକ ମାର୍ଗଦର୍ଶକ
ସଂସ୍କାର ସଂସ୍କୃତିକୁ ଭଲପାଉଥିବା
ଜଣେ କଠୋର ଅନୁଶାସକ
ପରିବାରର ମଙ୍ଗୁଆଳ
ଜଣେ ଖିଆଲି ମଣିଷ ।

ବାପା
ଦୁଃଖରେ ଆତୁର ନ ହେବା
ତାଙ୍କ ଧର୍ଯ୍ୟ\’ର ନମୁନା
ସୁଖରେ ବିଭୋର ନହୋଇ
ସଦା ଦୄଢମନା
ସୁଖଦୁଃଖକୁ ଆଦରି ନେଉଥିବା
ନିଆରା ବାସ୍ତବବାଦୀ ।

ବାପା
ପୁଅଝିଅ ଜିଦି ପୂରଣର
ଆଲାଦ୍ଦୀନ୍ ଜୀନ୍
ସମୟ ସାମର୍ଥ୍ୟ ଦେଇ
ଅହରହ ଖଟୁଥିବା ସଂଗ୍ରାମୀ ମଣିଷ
ଆଉ ବରଣ ଠାରୁ ମରଣ ପର୍ଯ୍ୟନ୍ତ
ବୋଉର ସୌଭାଗ୍ୟ ସିନ୍ଦୂର ।

ବାପା
ହିମାଳୟ ପରି
ତୁମ ବିଶାଳ ହୄଦୟ
ସିନ୍ଧୁଠୁ ଗଭୀର
ତୁମ ସ୍ନେହ ପାରାବାର
ତୁମେ ସତ୍ୟ ତୁମେ ଶିବ
ତୁମେ ନିରାକାର ।


HTML tutorial
0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ