ମନେ ରଖିଥାଅ କଥାଟି

ଲେଖକ ପରିଚୟ

ଅନାମ ଚରଣ ସାହୁ
ବିଭୁତିପୁର, କାକଟପୁର, ପୁରୀ | ସଦ୍ୟ ପୋଷ୍ଟ

Read More

ମନେ ରଖିଥାଅ କଥାଟି
————————
ଏକ ଦୁଇ ତିନି ଚାରି ପାଞ୍ଚ ଛଅ
ଏପରି ହୋଇବ ଦଅଶ
ଦେଖି ପଢି ଶୁଣି ନଗ୍ରଜନ ତୁମେ
ଉଡାଅନା ନିଜ ହୋଅସ।
ବିଦେଶ ଭ୍ରମଣ ସାରି ଯେ ଫେରିଛି
ଭୂତାଣୁଟା ଥିଲେ ସାଥିରେ
ତାଲାବନ୍ଦ ବେଳେ ଲକ୍ଷଣ ପ୍ରକାଶି
ବାହାରିବ ନିଶ୍ଚେ ଦେହରେ।
ବିଦେଶ ଫେରନ୍ତା ପୁଅଝିଅ ଠାରୁ
ଥିଲେ ବନ୍ଧୁ ତୁମେ ଦୂରେଇ
ଗୋଷ୍ଠୀ ସଂକ୍ରମଣ ନହେବ ବାବୁରେ
ରୋଗ ପାରିବନି ଡରେଇ।
ଦିନେ ଅଧେ ନୁହେଁ ଅନେକ ଦିନରେ
ପ୍ରକାଶ ପାଉଛି ଲକ୍ଷଣ
ଦେଖି ଚାହିଁକରି ସେନେହ ପାଶୋରି
ଦେଶ ସ୍ବାର୍ଥ କର ବରଣ।
ସଙ୍ଗରୋଧ କରି ଅଲଗା ରହିବ
ନିୟମ କରିବ ପାଳନ
ସାମାଜିକ ଭାବେ ଦୂରତ୍ବ ବଜାୟ
ହାତଧୁଅ ମାରି ସାବୁନ।
ସନ୍ଦିଗ୍ଧ ବ୍ୟକ୍ତିର ଜାମାପଟା କଂସା
ଶୌଚାଳୟ ବାସ ଘରଟା
ସ୍ୱଚ୍ଛ ରହିଥିଲେ ସୁଫଳଟି ମିଳେ
ମନେରଖ ସୁନା ଧନଟା।
————-
ଅନାମ ଚରଣ ସାହୁ
ବିଭୁତିପୁର,କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ