ଯନ୍ତ୍ର ମାନବ ମୁହିଁ – କୈବଲ୍ୟ ନାୟକ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମୋତେ ମନ୍ତ୍ର ମାଗିବୁ ତନ୍ତ୍ର ମାଗିବୁ ଯନ୍ତ୍ର ମାଗିବୁ ନାହିଁ,

ପ୍ରାଣ ତନ୍ତେ ରଖି ହାତ ମୁଁ କହୁଛି ଯନ୍ତ୍ର ମାନବ ମୁହିଁ ।

କି ବୁଦ୍ଧି ଦିଶିଲା କାଳ ତ ଗ୍ରାସିଲା ଏହି ଯନ୍ତ୍ର ଟିକୁ ପାଇ,
କର୍ମ ମୁଁ ଛାଡ଼ିଲି ଧର୍ମ ଉଜାଡିଲି ବିଜ୍ଞାନର ଦ୍ୱାହି ଦେଇ ।

ନା ଆଗକୁ ଚାହିଁଲି ପଛ କୁ ଚାହିଁଲି ଚାଲିଲି ଯନ୍ତ୍ର କୁ ନେଇ,
ପଥ ହାବୁଡିଲି ଯେତେ ମୁଁ ଡାକିଲି କେହି ତ ଶୁଣିଲେ ନାହିଁ ।

ବୃକ୍ଷ ତରୁ ଲତା ଧୀରେ ଧୀରେ ଆସି କର୍ଣ୍ଣ ରେ ଗଲେ କହି,
ଧିକ୍ ତ ଜୀବନ ଧିକ୍ ତ ଜୀବନ ଯନ୍ତ୍ର ମାନବ ଯେ ତୁହି ।

ତେଣୁ ବାବୁ ତୋତେ ଯନ୍ତ୍ର ଦେବିନି କର୍ମେ ହୋଇବୁ ବୀର,
କର୍ମ ଧର୍ମ କରି ବଡ଼ ଯେ ହୁଅଇ ନର ଜନ୍ମ ଧନ୍ୟ ତା’ର ।

Writer’s Details: Kaibalya Nayak
Nayabazar, Thanachhak, Bhadrak,Odisha
Content Category:
Submission Date: Aug 15, 2019


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ