ତୁମ ବିନା – ଦେବବ୍ରତ ବାରିକ

ଲେଖକ ପରିଚୟ

ଦେବବ୍ରତ ବାରିକ
ଆନନ୍ଦପୁର, କେଉଁଝର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ତୁମ ବିନା…..
ମୋର ସବୁ ସ୍ବପ୍ନ
ରଙ୍ଗହୀନ ଇନ୍ଦ୍ରଧନୁ ପରି,
ଖରାହୀନ ଦିନ ପରି
ତାରା ଶୂନ୍ୟ ରାତି ପରି।।

ତୁମ ବିନା….
ଏ ଜୀବନ ସ୍ରୋତ
ତରଙ୍ଗ ହୀନ ସମୁଦ୍ର ପରି
ଜୁଆର ହୀନ ନଈ ପରି
ବାଲିଶୂନ୍ୟ ବେଳାଭୂମି ପରି।।

ତୁମ ବିନା…
ମୋର ଅସ୍ତିତ୍ବ
ଫୁଲ ହୀନ ଫଗୁଣ ପରି
ତୁଷାର ହୀନ ଶୀତ ପରି
ପତ୍ର ଶୂନ୍ୟ ବୃକ୍ଷ ପରି ।।

ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ