ଏ ରାସ୍ତାରେ – ଶିବ ଚରଣ ମହାପାତ୍ର
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ପଲ୍ଲବୀତ
ଅଭିଳାଷ
ଦିଗନ୍ତ ସପନ
ସୀମାହିନ
ପଥେ ଦେଖ
କେତେ ପାଦ ଚିହ୍ନ..
ଅଭିଳାଷ
ଦିଗନ୍ତ ସପନ
ସୀମାହିନ
ପଥେ ଦେଖ
କେତେ ପାଦ ଚିହ୍ନ..
ମଧୂମୟ
ପଥସାରା
କୀରତି ବିଭବ
ଏ ପଥରେ
ଲେଖାପୁଣି
ଐତିହ୍ୟ ଗୌରବ..
ପୁଷ୍ପଭରା
ଅର୍ଘ୍ଯଥାଳି
ନିତିଦିନ ଝାରେ
ମଥାପାତି
ବସୁ ତୁହି
ମିଛେ ପଥଧାରେ..
ଆଙ୍ଗୁଠିରେ
ଆଙ୍କୁ ପୁଣି
ନିଜ ଭାଗ୍ୟରେଖା
ଭୁଲିଯାଇ
ସେଇ ରାସ୍ତା
ଶିଳାପଦ୍ମ ଲେଖା..
ମୁଦ୍ରିତ ନୟନ ମେଲି
ସାଉଣ୍ଟି ଗୋଧୂଳି
ଅଙ୍ଗେ ଅଙ୍ଗେ
ଚନ୍ଦନ କୁ
ହୁଅ ବାରେ ବୋଳି..
ପାଦେ ପାଦେ
ଚାଲୁଥିବୁ
ନ ପଡିବୁ ଥକି
ନିସ୍ୱାର୍ଥ ମନ୍ତ୍ରୀତ ଶ୍ଳୋକ
ଚିତ୍ତେ ସଦା ରଖି..
ମିଳିବ ଶେଷ ଠିକଣା
ଦିଗନ୍ତ କବାଟ
ଉଜ୍ଜଳ ଚାନ୍ଦିନୀ ରାତି
ତୋଳିବ କୁହାଟ..
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
