ଆମେ ଉତ୍କଳୀୟ
ଆମେ ଉତ୍କଳୀୟ ଉତ୍କଳର ମାଟି,
ଆମ ଜନମର ସ୍ଥାନ ।
ଏହାର ଗୌରବ କରିବାକୁ ରକ୍ଷା,
କେତେ ଯେ ଦେଲେ ଜୀବନ ।
ଆସ କରିବା ପାଳନ,
ଉତ୍କଳ ବୀରଙ୍କୁ ଉତ୍କଳ ଦିବସେ,
କରିବା ଆମେ ସ୍ମରଣ ।।
ଉତ୍କଳର କୀର୍ତ୍ତି ସାରା ଜଗତରେ,
ପାଇଛି ସ୍ୱତନ୍ତ୍ର ସ୍ଥାନ ।
ଶାସ୍ତ୍ରୀୟ ମାନ୍ୟତା ପାଇଛି ମୋ ଭାଷା,
କିଣି ସଭିଙ୍କର ମନ ।
ଧନ୍ୟ ମୋର ଭାଷା ଧନ୍ୟ,
ଓଡିଶୀ ନୃତ୍ୟ ମୋ ବିଶ୍ବ ସଂସ୍କୃତିର,
କୋଳ କରିଛି ମଣ୍ଡନ ।।
ଗୁଗୁଲୁରେ ମୋର ଭାଷାକୁ ଖୋଜିଲେ,
ବେଗିବେଗି ଯିବ ମିଳି ।
ଓଡିଆ ଠାକୁର ପ୍ରଭୁ ଜଗନ୍ନାଥ,
ବିଶ୍ବର ସେ ଜପାମାଳି ।
ମୋ ପଖାଳ କଂସା ଭଳି,
କେଉଁ ଖାଦ୍ୟ ଆଉ ହେବ ସମକକ୍ଷ,
ଲଙ୍କା,ବଢୀ ଦେଲେ ଦଳି ।।
ବୀରେନ୍ କୁମାର ବେହେରା
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା
Email- beherabirenkumar65@gmail.com
ଯୋଗାଯୋଗ-7008793663
