ହେ ମର୍ଯ୍ୟାଦା ପୁରୁଷ

ଲେଖକ ପରିଚୟ

ବିରେନ କୁମାର ବେହେରା
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କୌଶଲ୍ଯା ନନ୍ଦନ ଦଶରଥ ସୁତ,
ହେ ମର୍ଯ୍ୟାଦା ପୁରୁଷ ।
କୋଦଣ୍ଡକୁ ଧରି ବଧିଲ ରାବଣ,
ପାପଭାର କଲ ନାଶ ।।
ରଘୁ କୂଳମଣି ଆହେ ସୀତାକାନ୍ତ,
ଲବକୁଶଙ୍କର ପିତା ।
ତୁମେ ବଧିଥିଲ ମାରିଚ ଓ ବାଳୀ,
ହେ ପ୍ରଭୁ ବିଶ୍ବ ନିୟନ୍ତା ।।
ପିତୃଭକ୍ତି ତୁମ ଆଜି ବି ଝଲସେ,
ସୀତା,ଲକ୍ଷ୍ମଣଙ୍କୁ ଧରି ।
ଚଉଦ ବରଷ କଲ ବନବାସ,
ରାଜସୁଖ ନ ଆଦରି ।।
ଅହଲ୍ଯାକୁ ତୁମେ କଲ ପାପମୁକ୍ତ,
କୈବର୍ତ୍ତ ପୂଜିଲା ପାଦ ।
ଶବରୀ ଅଇଁଠା ଖାଇ ସମାଜରୁ,
ହଟାଇଲ ଜାତିଭେଦ ।।
ସିନ୍ଧୁରେ ସେତୁ ବାନ୍ଧିଲେ ତୁମ ଭକ୍ତ,
ତୁମ ପ୍ରେମେ ହୋଇ ବଶ ।
ଜୀବ ଯାଉ ପଛେ ବଚନ ନ ଯାଉ,
ଏ ତୁମ ନୀତି ଆଦର୍ଶ ।।

ବୀରେନ୍ କୁମାର ବେହେରା
ପୋଷାଇ,ମହାକାଳପଡା,କେନ୍ଦ୍ରାପଡା
ଯୋଗାଯୋଗ-7008793663
Email- beherabirenkumar65@gmail.com


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ