ମୃତ୍ୟୁ ତୁମେ ମୋତେ ଛୁଇଁବାର ଥିଲା – ତାରାପ୍ରସାଦ ଜେନା

ଲେଖକ ପରିଚୟ

ତାରାପ୍ରସାଦ ଜେନା
ରଣପୁର, ନୟାଗଡ, ଓଡିଶା | ସଦ୍ୟ ପୋଷ୍ଟ

Read More

ମୃତ୍ୟୁ ତୁମେ ମୋତେ ଛୁଇଁବାର ଥିଲା
ଛୁଅଁ ନାହିଁ ଆଉ ଛୁଅଁ ନାହିଁ
ଚେତନାର ସାକୀ ପାଖେ ଏବେ ଠିଆ
ପ୍ରଶ୍ନ ଛାଡ଼ ସବୁ, କର କାହିଁ
………ମୃତ୍ୟୁ ତୁମେ ମୋତେ ଛୁଇଁବାର ଥିଲା
ଛୁଅଁ ନାହିଁ ଆଉ ଛୁଅଁ ନାହିଁ ! ୦ !

ଯାତନାର ବନ୍ଦୀ ଥିଲି ସିନା ନିଜେ
ନୀରବରେ କେତେ ରାତି ଦିନ
ଖିଆ ମୋର ଯେତେ ଚୁଲିକୁ ଯାଇଛି
ନଥିଲାଟି ଭଲ ଦେହ ମନ
ପାନ୍ଥ ସାଜିଥିଲି ମଧୁଶାଳା ଭ୍ରମି
ପରିଚିତ ହେଲି ସୁରା ଯହିଁ
………ମୃତ୍ୟୁ ତୁମେ ମୋତେ ଛୁଇଁବାର ଥିଲା
ଛୁଅଁ ନାହିଁ ଆଉ ଛୁଅଁ ନାହିଁ ! ୧ !

ସୁନ୍ଦରୀ ହାତରୁ ସୁରା ଟେକି ନେଇ
ଭାବିଥିଲି ଖୁସି ଆହା କ୍ଷଣେ
ସୁରା ପିଇବାଠୁ ମୋତେ ପିଏ ସୁରା
ସମାଜର ହେଲି ଦୋଷୀ ଜଣେ,
ସାକୀ ଆଖି ମୋତେ ଇସାରାର ଭାଷା
ଭଲ ମଣିଷଟେ କାଳେ ମୁହିଁ
………ମୃତ୍ୟୁ ତୁମେ ମୋତେ ଛୁଇଁବାର ଥିଲା
ଛୁଅଁ ନାହିଁ ଆଉ ଛୁଅଁ ନାହିଁ ! ୨ !

ଦୀର୍ଘଶ୍ବାସେ ମୋର ସାକୀ ଆଶ୍ରା ହାତ
ଛୁଇଁ ଥିଲା ମୋର ଶୀର୍ଣ୍ଣ କାନ୍ଧ
ଯଉବନ ଭାର ଏଡ଼ାଇବା ପାଇଁ
ସାକୀ ସଖୀ ହେଲା ଭାବ ବନ୍ଧ
ପ୍ରିୟା ବୋଲି ଧୀରେ ଡାକିଦେଲି ସିନା
ହସିଦେଲା ସାକୀ ଧୀରେ ଚାହିଁ
………ମୃତ୍ୟୁ ତୁମେ ମୋତେ ଛୁଇଁବାର ଥିଲା
ଛୁଅଁ ନାହିଁ ଆଉ ଛୁଅଁ ନାହିଁ ! ୩ !


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ