ଶତାୟୁ କରନ୍ତୁ ନିରୋଗ ରଖି – ବି. ନିରୁପମା
ଲେଖକ ପରିଚୟ

ବି.ନିରୁପମା
ଜନମ ଦିନର ଅଭିନନ୍ଦନ,
ପ୍ରିୟ ମୁଖ୍ୟମନ୍ତ୍ରୀ ସାଦରେ ଘେନ ।
ତୁମେ ଓଡ଼ିଶାର ସୁଯୋଗ୍ୟ ପୁଅ,
ସର୍ବଦା ରାଜ୍ୟର ହିତରେ ଥାଅ ।
କରି ଚାଲିଅଛ ମହତ କାମ,
ଦେଶ, ବିଦେଶରେ ଅଛି ସୁନାମ ।
ଶୁଣି ଲାଗୁଅଛି ବହୁତ ଖୁସି,
ପ୍ରଶଂସିକା ଜଣେ ଲେଖୁଛି ହସି ।
ସଦା ଶାନ୍ତ ଅବିଚଳିତ ମୁହଁ,
ସ୍ଥିତପ୍ରଜ୍ଞ ଅଟ ମାୟାବୀ ନୁହଁ ।
ନିନ୍ଦା ପ୍ରଶଂସାଠୁ ଉର୍ଦ୍ଧ୍ବରେ ରହି,
ଯେତେ କାର୍ଯ୍ୟ କର ହେବନି କହି ।
ମୁଁ ତୁମ ରାଜ୍ୟର ପରଜା ଜଣେ,
କହୁଅଛି ଏଠି ଆପଣା ପଣେ ।
ସାହା ହୋଇଥା’ନ୍ତୁ ସେ ଚକାଆଖି,
ଶତାୟୁ କରନ୍ତୁ ନିରୋଗ ରଖି ।
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।
