ଶିଶୁ କବିତା – ମାଛ – ମିନାକ୍ଷୀ ପାଢ଼ୀ
ଅତି ସୁକୁମାରୀ ଜଳର ରାଣୀ,
ବୁଲାଇ ବଙ୍କାଇ ଦେଖାଉ ଠାଣି,
ମାଛ…..,
ରେ ତୁ ଚଢ଼ିକି ପାରୁନୁ ଗଛ ?
ଢଳିକି ପହଁରୁ ବାଟକୁ କାଟି,
ଛୁଇଁବାକୁ ଗଲେ ଯାଉ ଝପଟି,
ଆସୁ…..,
ମୋଡ଼ିଦେଇ ଲାଞ୍ଜ ପଛ ଖସୁ ।
ରୂପା ଦେହ ତୋର ଚିକିଚକିକା,
କେତେ ରୂପ ପୁଣି ବର୍ଣ୍ଣବର୍ଣ୍ଣିକା,
ଖେଳ…..,
ପାଣି ଭିତରେ ଉପର ତଳ।
ନଖାଇ କାହାରି ଶତ୍ରୁ ସବୁରି,
ହାତ ଗୋଡ଼ ନାହିଁ ଜଳେ ପହଁରି,
ମାତି…..,
ତୋର କି ଦିନ କି ରାତି ।
ରୂପ ନିରିମଳ ମନ ସରଳ,
ସ୍ବଭାବେ ଲାଗୁଛୁ ଭାରୀ ଚଞ୍ଚଳ,
ପାଣି…..,
ତୋତେ ଦିଅଇ ଜୀବନ ଆଣି ।
ମୀନାକ୍ଷି ପାଢ଼ୀ, ଶିକ୍ଷୟିତ୍ରୀ, ଚିକିଟୀ, ଗଞ୍ଜାମ
