ପୁନଃ ସଂକ୍ରମଣ – ସିଦ୍ଧେଶ୍ଵର ତ୍ରିପାଠୀ

ଲେଖକ ପରିଚୟ

ସିଦ୍ଧେଶ୍ଵର ତ୍ରିପାଠୀ
ଠିକଣା : କୁଣ୍ଡିଲୋ, କେରଙ୍ଗ, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୁଁ ତରବର ହେଉଥିଲି
ବହୁବାଟ ଯିବାକୁ ଥିଲା ମୋତେ
ଗାଡି ଜୋରରେ ଚାଲୁଥିଲା
ଆଗକୁ ଆଗକୁ

ପୂର୍ବଦିନଠୁ ହେଲମେଟ ଛାଡି ଆସିଥିଲି
ଭାଇନାଙ୍କ ଦୋକାନରେ
ମଠା ପାଇଜାମା ପିନ୍ଧି
ରୁଦ୍ରାକ୍ଷ ଗଳାରେ ବାନ୍ଧି
ନାମାବଳିଟା ମୁଣ୍ଡରେ ଭିଡି
ମୁଁ ଚାଲିଥିଲି ଆଗକୁ ଆଗକୁ ।

ଅଦିନିଆ ବର୍ଷା ବାଜୁଥିଲା ଦେହରେ
ପାତର ଅନ୍ତର ବି କରୁନଥିଲା ପବନ
ଉଠାଣି ଗଡାଣିର ରାସ୍ତା
ଠିକ୍ ଘାଟି ଉପରେ
ଅଟକିଗଲା ମୋ ଗାଡି
ଅବଶ୍ୟ ମୋ ଇଚ୍ଛାରେ ।

ସିନ୍ଦୁରା ଫାଟିଲା ବେଳର ସୂର୍ଯ୍ୟ
କଢ଼ ରୁ ପରିପକ୍ଵ ହେଉଥିବା ଫୁଲ
ନୂଆ ନୂଆ ଉଡୁଥିବା ପକ୍ଷୀ
ଉଚିତ୍ ସମୟରେ ମଳୟ ବାଜି
ମହକୁଥିବା ଚନ୍ଦନ ବନ

ଠିକ୍ ସେମିତି ଆଦ୍ୟ ଯୌବନ ପ୍ରାପ୍ତ
ତରୁଣୀର ହାତ ଇଶାରାରେ
ମୁଁ ରହିଗଲି ଧିରେ
ସେ ଯିବାକୁ ଚାହିଁଲା
ଏଇ ଆଗକୁ
କିଛି ବାଟ ମୋରି ସାଥିରେ ।

ମୁଁ ସମ୍ମତି ଦେଲି ମୁଣ୍ଡ ଟୁଙ୍ଗାରିଲି
ଗାଡି ଚାଲିଲା ଆଗକୁ ଆଗକୁ
ସେ ମୁହଁରୁ ମାସ୍କଟି ଖୋଲିଦେଲା
କିଛିବାଟ ପରେ ।

ମୁଁ ବୋଧେ ଚମକି ପଡୁଥିଲି ଭିତରୁ
ବାର ବାର ମୋ ଆଖି ପଡୁଥିଲା
ଗାଡି ଆଇନାରେ
ଅବଶ୍ୟ ମୋ ଜାଣନ୍ତରେ ।

ଗାଡି ଏବେ ଚାଲୁଥିଲା ଧିରେ
ସେ, କଥା ଆରମ୍ଭ କଲା
ମୋ ନାଁ ଠିକଣା କର୍ମ ଧର୍ମ
ସବୁ ବୁଝିନେଲା ଗୋଟିଏ ପ୍ରଶ୍ନରେ ।

ମୁଁ କିଛି ପଚାରି ପାରୁନଥିଲି
ହେଲେ ଅଦିନରେ
ଫଗୁ ବରସୁଥିଲା ମଳୟ ବହୁଥିଲା
କୋଇଲି ଗାଉଥିଲା
ସୁ ମଧୁର ସ୍ୱର
ମୋ ହୃଦୟ ଭିତରେ ।

ସାହାସ ସଞ୍ଚିଲି
ଓଠ ଖୋଲି କହିଦେଲି
କିଛି କୁହ ତୁମ ବିଷୟରେ
ହଟାତ ଅଟକି ବାକୁ କହିଲା ସେ
ରେଳ ଲାଇନ ପୋଲ ଉପରେ ।

ଚାଲିଗଲା ଦୁରେ
ଯାଉ ଯାଉ ହସି ହସି
କହିଦେଇଗଲା
ତା ନାଁ ଟା
ଦେଖା ହେବ ଫେସବୁକ ରେ
ବହୁ ନିକଟରେ ।

ନାଁ ର ପ୍ରଥମ ଶବ୍ଦ ମୁଁ କହିବିନି
ଶେଷ ଶବ୍ଦଟା ମିଶ୍ର
ମୁଁ ଜାଣିଗଲାପରେ
ଆପେଆପେ ତିଆରି ହେଇଯାଇଛି
ସୁନାର ଫସଲ
ଅତୀତର ଉଜୁଡା କ୍ଷେତରେ ।

ମୁଁ ଭୟଭୀତ ନାଁ ଚିନ୍ତିତ
ଆନନ୍ଦିତ ନାଁ ଦୁଃଖିତ
ଆସକ୍ତ ନାଁ ଅନୁରକ୍ତ
କହିପାରିବିନି

ମୁଁ କିନ୍ତୁ ପୁନଃ ସଂକ୍ରମିତ
ସେବେଠୁ ସତରେ
ସେବେଠୁ ସତରେ
ସେବେଠୁ ସତରେ ।

ସିଦ୍ଧେଶ୍ବର ତ୍ରିପାଠୀ
କବିର ଘର, କୁଣ୍ଡିଲୋ, ଖୋର୍ଦ୍ଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ