ତପସ୍ୱୀ ଗ୍ରୀଷ୍ମ – ହେମନ୍ତ କୁମାର ବରାଇ

ଲେଖକ ପରିଚୟ

ହେମନ୍ତ କୁମାର ବରାଇ
ରୁଷୁଡା, ବରଗଡ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କୁସୁମିତ କୁସୁମାକର ଚିର ଲାଳିତ୍ଯ
ସନ୍ଧ୍ଯା ସନ୍ଧ୍ଯାରାଗ ସନ୍ଧ୍ଯାପୁଷ୍ପୀ ରେ ଭୂଷିତ ||
ପ୍ରସାରି ନାକପ୍ରଭା ପ୍ରଭାରେ ଶୋଭନୀୟ
ପ୍ରକୃୃତି କୃତି ଧରି ଭୂଧର ତନମୟ ||
କର ସବିତା ସ ବି-ତାନ ବିତାନ ନଭେ
ଘନ ଘନ ମଣ୍ଡିତ ରଙ୍ଗ ମଣ୍ଡିତ ନଭେ ||
ଦିବାକର କର ତେଜି ମଧୁର ପ୍ରଦାେଷ
ରସ ରସିତ ସରସୀ ବିମ୍ବ ଶୋଭା ବଶ ||
ମଞ୍ଜରୀ ଭାନୁ ଭାନୁ ଲଭିଣ ମଞ୍ଜୁ ରୀତି
ଅରୁଣ ଅରୁଣ କରେ ପନ୍ନାସମ ଭ୍ରାନ୍ତି ||
ମଧୁପ ଧୂପ-ଧୂଳି ଗୋ-ଧୂଳି ବିଳାସକୁ
ପ୍ରଗାଢ ଗାଢ କୁ ବନ୍ଦୀ ନିମିଳିତ ପଦ୍ମକୁ ||
କୁମୁଦ ମୁଦ ମୁଦିବା ତେଜ ପ୍ରଦୋଷ କୁ
କୁମୁଦବନ୍ଧୁ ଧବ ଧବଳ ଶୋଭା ଆ-ବିଷ କୁ ||
ପଙ୍କଜିନୀ-କାନ୍ତ କାନ୍ତ ରୂପେ ପଙ୍କଜିନୀ
ଚନ୍ଦ୍ରକାନ୍ତ-କାନ୍ତ କାନ୍ତି ନିନ୍ଦିଲେ ନଳିନୀ ||
ଭ୍ରମର ବର ବର ଗୁଞ୍ଜନେ ବିମୋହିତ
ଏମନ୍ତ ମତ ମତ ତୁମ୍ଭ ଭାଗ୍ଯେ ନାହିଁ ତ ||
ଚିର ରଞ୍ଜିତା ଜିତା ଚନ୍ଦ୍ରିକା କି ବା ହେବ
ଉଷସୀ ଶଶୀ ତଥାପି ଶୂନ୍ଯପଥେ ଭବ୍ଯ ||
ଏମନ୍ତ ମଦନର କମନୀୟ ପ୍ରଦୋଷ
କୋକିଳର କୁହୁତାନେ ହେଉଥିଲା ତୋଷ ||
ମଧୁପେ ମଧୁପାନେ ହୋଇ ମଦଅଳସ
ସନ୍ଧ୍ଯାପୁଷ୍ପେ ଉପେକ୍ଷୀ ପାଦପରେ ସଂବେଶ ||
ବନ ଭବନ ଗିରିପଦ ପାଦପ ରାଜି
ଦିବାକର କର ସୁରମ୍ଯ ଶୋଭା ବରଜି ||
ଗିରି ଶିଖର ସ୍ୱର୍ଣ୍ଣସିନ୍ଧୁ ସମ ସରସ
ଲୋହିତ ତପନ କରେ ଚିତ୍ରିତ ହରଷ ||
(ତପସ୍ୱୀ ଗ୍ରୀଷ୍ମ”କାବ୍ଯରୁ)


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ