ଶିଶୁ କବିତା – ଆକାଶ ଦୀପ – ସୀମାଞ୍ଚଳ ଖଟୁଆ

ଲେଖକ ପରିଚୟ

ସୀମାଞ୍ଚଳ ଖଟୁଆ
ଭୁବନେଶ୍ଵର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କାର୍ତ୍ତିକ ମାସର ସଞ୍ଜ ଆକାଶରେ
ଆକାଶ ଦୀପ ଜଳେ,
ଝୋଟି ଚିତା ଦେଇ ତୁଳସୀ ପୂଜନ୍ତି
ତୁଳସୀ ଚଉରାମୂଳେ ॥୧॥
ସକାଳ ସଞ୍ଜରେ ଗ୍ରାମ, ସହରରେ
ହରେକୃଷ୍ଣ ହରେରାମ,
ନାମ ସଂକୀର୍ତ୍ତନ ମୋହି ନିଏ ମନ
ଲାଗେ ବଇକୁଣ୍ଠ ଧାମ ॥୨॥
କାର୍ତ୍ତିକ ପୂନେଇ ବୋଇତ ବନ୍ଦାଣ
ପିଲାଙ୍କ ମନ ଉଛନ୍ନ
ଜାତି ଜାତିକାର ଡ଼ଙ୍ଗା ଭସାଇବେ
ନଈ ପୋଖରୀରେ ଜାଣ ॥୩॥
ଆସ କୁନି ମୁନି ରାମ ଶାମ ମିଶି
ଦେଖିବା ବାଲିଯାତରା,
ଖୁସିରେ ଖାଇବା ଠୁଙ୍କାପୁରୀ ଆଉ
କଟକର ଦହିବରା ॥୪॥
କାକର ପଡୁଛି ଶୀତ ଆସିଯିବ
ହେବା ସର୍ବେ ସଚେତନ,
ଶୀତବସ୍ତ୍ର ନିଶ୍ଚେ କର ପରିଧାନ
ଘେନି ମୋର ନିବେଦନ ॥୫॥

ଭୁବନେଶ୍ୱର, ଓଡିଶା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ