କୋପ କର ଦେବୀ ଶେଷ – ବି.ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | ସଦ୍ୟ ପୋଷ୍ଟ

ତୁମ ପଦ ଧରି ରାଧିକେ ଗୋ ଏବେ
ହେଉଛି ମୁଁ ନିଉଛାଳି,
ମୋ ଉପରେ ଥିବା ରୋଷ ପରିହର
ଦେଲେ ଦିଅ ଯେତେ ଗାଳି ।

ଚନ୍ଦ୍ରାବଳୀ କୁଞ୍ଜେ ବିଜେ କଲି ବୋଲି
ଅଭିମାନ ଅଛ କରି,
ଚାହିଁଦେଖ ତୁମ ଅଙ୍ଗ ସଙ୍ଗ ବିନା
ହୋଇଲିଣି କେତେ ସରି !!

ତୁମରି ହୋଇ ତ ଅଛି ସବୁଦିନ
ରହିଛି ମୁଁ ରହିଥିବି,
ଶ୍ରଦ୍ଧା ବହି କିଏ ମୋ ପଦ ପୂଜିଲେ
କାହିଁକି ଗୋ ଦୋଷୀ ହେବି !!

ତୁମ ମାନ ସଖି ଭାଙ୍ଗିବା ସକାଶେ
ଧରିଲିଣି କେତେ ବେଶ,
ଧୈର୍ଯ୍ୟଚ୍ୟୁତି ଏବେ ଘଟିଲାଣି ମୋର
କୋପ କର ‘ଦେବୀ’ ଶେଷ ।

ଶ୍ରୀମତୀ ଗୋ ମୋତେ ଆପଣାଇ ନିଅ
ଦୋଷାଦୋଷ କର କ୍ଷମା,
ପ୍ରେମମୟୀ ଆଜି କଥା ଦେଉଛି-ଏ
ଭୁଲ ହେବନାହିଁ ଜମା ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ