ଅନୁରୋଧ ର ଫର୍ଦ୍ଦ ଟିଏ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଅନୁରୋଧର
ଫର୍ଦ୍ଦ ଟିଏ….
ଏ ଆଖି ଆଙ୍କିବ ଖାଲି
ସଚେତନତାର ଚିତ୍ର
ହୃଦୟରେ ସାଇତି ରଖିବ
ନିରବତା ର ସ୍ୱର
ବିବେକ ଗଣିବ
ଦେଶ ଭକ୍ତଙ୍କ ଗତ କାଲିର
ଫିକା ପାଦ ଚିହ୍ନ
କାନ ଶୁଣିବ ଝରକା ଫାଙ୍କର
ସ୍ୱାଗତ ସଙ୍ଗୀତ
ଆଉ ସମର୍ଥନର ମୂର୍ଚ୍ଚନା
ଇଚ୍ଛା ମାନେ ବନ୍ଦୀ ହେବେ
କର୍ତ୍ତବ୍ୟ ହାତରେ
ସମୟ ଗାଉଥିବ ସୁରକ୍ଷା ରାଗ
ଭାସି ଆସୁଥିବ ଏକତାର ମନ୍ତ୍ର
ବଞ୍ଚିବାର ତାଳରେ ଜୀବନ
ନାଚୁଥିବ ନିରବ ତାଣ୍ଡବ ନୃତ୍ୟ
ଉଃ….କି ଶାନ୍ତି ! ! !
ବ୍ୟସ୍ତ ପାଦ ଟା ଅଟକି ଯିବ
ବେଶ୍ କିଛି ଘଣ୍ଟା
ଠିକ୍ ସେତିକି ବେଳେ ଆରମ୍ଭ ହେବ
କାଲିର ଅସଲି ଜନତା କାର୍ଫୁ
ସୂର୍ଯ୍ୟ ଦେବ କରିବେ
ଘନ ଘନ ଏନକାଉଣ୍ଟର
ନ ଥିବ ଦୌଡ଼ି ପଳେଇବାର ମାଧ୍ୟମ
କି ଲୁଚିବାର ପାପୁଲି
ମରିବ ବାଶ୍ ମରିବ ଆତଙ୍କି
କରୋନାକୁ ପଡିବ ଭାରି…
ଦେଖ ଚାହିଁଛି ବିଶ୍ୱ
ଭାରତ କରୁଛି କିସ
ଟିକିଏ ତ୍ୟାଗ, ଏକତା, ସାହସ
ଆଉ ସମର୍ଥନ ହେଲେ
ଆଉ ପାଦେ ଆଗକୁ ଯିବ
ବିପର୍ଯ୍ୟୟକୁ ଜିତିବ ଅବଶ୍ୟ….
ଗୋପାଳ ଚନ୍ଦ୍ର ସାଓ
ବାରିପଦା, ମୟୂରଭଞ୍ଜ

