ଏପ୍ରିଲ ଫୁଲ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଏପ୍ରିଲ ଫୁଲ
ବାସନ୍ତୀ ଲତା ଜେନା

ଏପ୍ରିଲ ପହିଲା ଉତ୍କଳ ଦିବସ
ଓଡିଶା ସ୍ୱତନ୍ତ୍ରତା ପାଇଥିଲା
ମଧୁବାବୁ ସହ ଜନ ନାୟକଙ୍କ
ସାଧନାର ଫଳ ମିଳିଲା l 1l
ଓଡିଶା ହୋଇଲା ସ୍ୱତନ୍ତ୍ର ପ୍ରଦେଶ
ଓ ଡ଼ିଆ ବାସୀଙ୍କ ମାନ
ପବିତ୍ର ଦିବସେ କାହିଁ କି କେଜାଣି
ଲୋକେ ବୋକା ବନାଅନ୍ତି ଜାଣ l 2l
ଜଣେ ଜନଙ୍କୁ ମିଛ କଥା କାହିଁ
କରି ଥାନ୍ତି ଏପ୍ରିଲ ଫୁଲ
ପତ୍ରଟି ମଧ୍ୟରେ କାଗଜ ମସଲା
ଖିଲି ପାନ ଦେଲା ଭୂଲ l 3l
ସାଙ୍ଗ ମୋତେ ଦେଲା ଅତି ଶରଧାରେ
ପାନ ଖଣ୍ଡେ ଖାଇ ଦେଲି
ଚୋବାଇଲl ବେଳେ ଜାଣି ମୁଁ ପାରିଲି
ମିଛ ମିଛ ପାନ ବୋଲି l 4l
ହସି ଦେଇ ସାଙ୍ଗ କହି ଦେଲା ମୋତେ
ଏପ୍ରିଲ ଫୁଲ ବନେଇଲି
ମନେ ନାହିଁ କି ତୋ ଏପ୍ରିଲ ପହିଲା
ଠକେଇବା ଦିନ ବୋଲି l 5l
ବୋକୀ ହୋଇ ମୁଁ ଯେ ହସିଲି ତା ସାଥେ
ସରଳ ମନଟେ ନେଇ
ପର ଆପଣାର ସମସ୍ତେ ନିଜର
ଏପ୍ରିଲ ଫୁଲ ହେବା ନାହିଁ l 6l
ଆମେତ ଓଡ଼ିଆ ଭାଷା ତ ଓଡ଼ିଆ
ସ୍ୱାଧୀନ ମଣିଷ ଆମେ
ବୋକାର ଦିବସ ନୁହେଁ ତ ପହିଲା
ଉନ୍ନତି ଆମର କାମେ l 7l
ଏପ୍ରିଲ ପହିଲା ପାଳିବା ସମସ୍ତେ
ସ୍ଵଛ ସରଳ ହୋଇ
ସେନେହ ଶ୍ରଦ୍ଧାର ବନ୍ଧନ ଆମର
ବୋକା ବନାଇବା ନାହିଁ l 8l
=========
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
ମୋ : 8658655979


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ