ଶ୍ରୀରାମ ନବମୀ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଶ୍ରୀରାମ ନବମୀ
ବାସନ୍ତୀ ଲତା ଜେନା

ଶୁକଳ ପକ୍ଷର ନବମୀ ତିଥିରେ
ଶ୍ରୀରାମଙ୍କ ଜନ୍ମ ଦିନ
ମାତା କଉଶଲ୍ୟl ପିତା ଦଶରଥ
ଜନ୍ମିଲେ କୁଳ ନନ୍ଦନ l 1l
ରାମ ଜନ୍ମ ଦିନ ପାଳନ ପାଇଁ କି
ତତ୍ପର ଅଯୋଧ୍ୟା ବାସୀ
ସାରା ଅଯୋଧ୍ୟାକୁ ଫୁଲରେ ସଜାଇ
ବାଣ୍ଟୁ ଥିଲେ କେତେ ଖୁସି l 2l
ଭଗବାନଙ୍କ ଷୋହଳ କଳା ନେଇ
ଅବତାର ଧରଣୀରେ
ଅଯୋଧ୍ୟାରେ ପ୍ରଭୁ ଲୀଳା ଖେଳା କଲେ
ସ୍ନେହ ପ୍ରେମ ବନ୍ଧନରେ l 3l
ଅସତ୍ୟକୁ ମାରି ସତ୍ୟ ରକ୍ଷା ପାଇଁ
ବଧିଲେ କେତେ ଅସୁର
ମୁନି ମହର୍ଷିଙ୍କୁ ରକ୍ଷା କରିବାକୁ
ମନ ବଳିଲା ତାଙ୍କର l 4l
ଜନକ ନନ୍ଦିନୀ ବିବାହ କରିଲେ
ଶିବ ଧନୁ ଭାଙ୍ଗି କରି
ରାଜ ଅଭିଷେକ ହେବା ପୂର୍ବରୁ
ସତ୍ୟ ପଡି ଗଲା ଭାରି l 5l
ପିତୃ ସତ୍ୟ ପାଳନେ ଗଲେ ବନବାସ
ବନ କାନନେ ଭ୍ରମିଲେ
ସାଥିରେ ପ୍ରାଣ ପ୍ରିୟା ଭାଇ ଲକ୍ଷମଣ
ପାଶେ ପାଶେ ରହି ଥିଲେ l 6l
ରାବଣ ଚକ୍ରାନ୍ତ ଭାରି ପଡି ଗଲା
ମାତା ସୀତାଙ୍କ ଉପରେ
ଛଦ୍ମ ବେଶୀ ରାବଣ ସୀତାଙ୍କୁ ହରିଲେ
ରାମ ନ ଥିଲେ କୁଟିରେ l 7l
ବହୁ କଷ୍ଟ ସହି ସୀତା ଉଦ୍ଧାରିଲେ
ରାଵଣଙ୍କୁ ବଦ୍ଧ କରି
ବାନର ସେନା ତ ଖୁସିରେ ନାଚିଲେ
ଅଯୋଧ୍ୟାକୁ ଗଲେ ଫେରି l 8l
ଅଯୋଧ୍ୟା ବାସୀ ସ୍ୱାଗତ କରିଲେ
ଶ୍ରୀରାମଙ୍କୁ ପାଶେ ପାଇଁ
ଦୀପ ପ୍ରଜ୍ୱଳନେ ଆଲୋକିତ ହେଲା
ସାରା ଅଯୋଧ୍ୟାର ଭୂଇଁ l 9l
“”””””””””””””””””””””””
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ / ଜିଲ୍ଲା :
ନବରଙ୍ଗପୁର,
ମୋ :, 8658655979


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ