ନ୍ୟାଯ୍ୟ ଦାବି – ଭାରତୀ ସାହୁ
କେବେ ନ୍ୟାଯ୍ୟ ଦାବି ଭାବୁଛି ପାଇବି
ନାରୀ ହୋଇ ଜନ୍ମ ହେଲି
ନାରୀର ଧରମ ନାରୀର କରମ
ସବୁଠି ଖାଲି ଦେଖିଲି l
ଯେତେକ ନିୟମ ସୃଷ୍ଟିରେ ରହିଛି
ଖାଲି ନାରୀ ଜାତି ପାଇଁ
ଲୁଟି ଖାଇଗଲେ ନାରୀ ଜାତିଟାକୁ
କାହା ପାଟି ଖୋଲୁ ନାହିଁ l
ନ୍ୟାଯ୍ୟ ଦାବି କେବେ ମିଳିବ କେଜାଣି
କହିଲେ କଟିବ ମଥା
କିଏସେ ବୁଝୁଛି କିଏସେ ଜାଣୁଛି
ହୃଦୟ ତଳର ବ୍ୟଥା l
ଏ ସଂସାର ଆଜି ବିସ୍ମୟ ହୋଇଛି
କlପାଖେ ଗୁହାରୀ କରି
ଦାବି କିଛି ଉପସ୍ଥାପନା କରିବି
ମନ ମୋ ଯାଉଛି ମରି l
ସରକାରୀ ଘରେ ଚାକିରି ବିକିରି
ଅଧlବାଟୁ ଚୋରି ହୁଏ
ଗରୀବ ମଣିଷ ପେଟ ପୋଷିବାକୁ
ବାଟ ଖାଲି ଖୋଜୁଥାଏ l
କିଏ ଏଠି ଭଲ ପଦବୀ ଆମର
ନୁହେଁ ଆଜି ସୁରକ୍ଷିତ
ନ୍ୟାଯ୍ୟ ଦାବି ଖାଲି ସ୍ଲୋଗାନରେ ରହେ
ସବୁ ଏଠି ବିପରୀତ l

ପଢିବାକୁ ଭୁଲନ୍ତୁ ନାହିଁ
କାହାକୁ କହିବ ଦାବି ପୁରlକର
ନାହିଁ ଆମ ଅଧିକାର
ଏତିକି ବୁଝିଲି ଅମଣିଷ ହାତେ
ଶାସନ ଆମ ଦେଶର l
ଭାରତୀ ସାହୁ, ଯୁନିଦାପାଟଣା, ଦଶରଥପୁର, ଯାଜପୁର, ମୋ-7855841101

ଧନ୍ୟବାଦ କବୟିତ୍ରୀ ଭାରତୀ ସାହୁ।
କେତେକ ବର୍ଣ୍ଣାଶୁଦ୍ଧି ଦେଖିଲି।
ନ୍ୟାୟର ଭାବ ହେଉଛି ନ୍ୟାଯ୍ୟ। ନ୍ୟାର୍ଯ୍ୟ ନୁହେଁ। ଏହା ବ୍ୟତୀତ –
ବିସ୍ମିତ ହୋଇଛି = ବିସ୍ମୃତ ହୋଇଛି,
ଗରୀବ = ଗରିବ,
ପୁରାକର = ପୂରାକର