ମୋ ପ୍ରିୟ ପାଠଶାଳା – ଶିଶୁକବି ରୁଦ୍ରରୂପା ବ୍ରହ୍ମା

ଲେଖକ ପରିଚୟ

ରୁଦ୍ରରୂପା ଵ୍ରହ୍ମା
ଚିକିଟୀ ଗଡ, ଗଂଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସୁନ୍ଦର କୋଠା ସୁନ୍ଦର ଶ୍ରେଣୀ
ମନକୁ ମୋର ନେଇଛି କିଣି
ମୋ ପ୍ରିୟ ପାଠଶାଳା ।
ତା ପରିବେଶ ଭାରି ସରସ
କରୁଛି ମତୁଆଲା ।।

ମୋଅର ପ୍ରିୟ ଅତି ନିଜର
ଅଟନ୍ତି ଗୁରୁ ଗୁରୁମା ମୋର
ସୁଖ ଦୁଃଖରେ ସାହା ।
ପଢ଼ା ତାଙ୍କର ଉଚ୍ଚକୋଟୀର
ଭୁଲି ହୁଏନି ତାହା ।।

ପ୍ରାର୍ଥନା ସଭା ମନକୁ ଛୁଏଁ
ପିଲାଙ୍କ ଧାଡି ଶୃଙ୍ଖଳା କହେ
ମନକୁ ନିଏ କିଣି ।
ସଭିଙ୍କ କଣ୍ଠେ ଗୋଟିଏ ବାଣୀ
ନମୋ ମା’ ବୀଣାପାଣି ।।

ଖେଳ ପଡିଆ ଭାରି ବଢିଆ
ସାଙ୍ଗ ସାଥିରେ କଉତୁକିଆ
ଖେଳୁ ଯେ କେତେ ଖେଳ ।
ଖେଳ ଖେଳରେ ମନ ଖୁସିରେ
ବିତି ଯେ ଯାଏ ବେଳ ।।

ଖୁସିରେ କେତେ ପାଳନକରୁ
ଉତ୍ସବ ସହ ଦିବସ ସବୁ
ନିଆରା ମଜା ତା’ର ।
ତାହା ଭିତରେ ବାର୍ଷିକୋତ୍ସଵ
ମନକୁ ଛୁଏଁ ମୋର ।।

ସାଥିରେ ବହି ବସ୍ତାନି ଧରି
ପିଲାଟି ବେଳୁ ଯେଉଁଠି ଯାଇ
ଶିଖିଲି ନୂଆ ପାଠ ।
ବଢି ରଖିବି ତାହାର ମାନ
ରଖିବି ତା’ ର ଟେକ ।।

ରୁଦ୍ରରୂପା ବ୍ରହ୍ମା, ୭ମ ଶ୍ରେଣୀ
ଚିକିଟୀ ଗଡ଼, ଗଞ୍ଜାମ
ଫୋନ୍ ନଂ 8249486455


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
4 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
1 ମାସ ପୂର୍ବରୁ

ରୁଦ୍ରରୂପା, ସୁନ୍ଦର କବିତା ଲେଖିଛ। ଲେଖା ଜାରି ରଖ। ଆଶା ଆଗକୁ ନିଶ୍ଚୟ ବହୁତ ଭଲ ହେବ।

Ranajn Kumar Brahma
ବଣମଲ୍ଲୀ ପାଠକ
Ranajn Kumar Brahma
1 ମାସ ପୂର୍ବରୁ
ଉତ୍ତର ଦିଅନ୍ତୁ  ରଙ୍ଗନାଥ ରଥ

ଅତ୍ୟନ୍ତ ଖୁସିହେଲି । ନମସ୍କାର ।
ରୁଦ୍ରରୂପା

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
1 ମାସ ପୂର୍ବରୁ

ତୁମେ ଓଡ଼ିଆ ସାହିତ୍ୟର ଉଜ୍ବଳତମ ଜ୍ୟୋତିଷ୍କ ରୁଦ୍ରରୁପା । ଏମିତି ଲେଖିଚାଲ.. ସଫଳତାର ସିଡ଼ି ସବୁ ତୁମ ଅପେକ୍ଷାରେ ।

Ranajn Kumar Brahma
ବଣମଲ୍ଲୀ ପାଠକ
Ranajn Kumar Brahma
1 ମାସ ପୂର୍ବରୁ

ନନସ୍କାର । ଆପଣଙ୍କ ଆଶୀର୍ବାଦ ପାଇ ବହୁତ ଖୁସିହେଲି ।
ରୁଦ୍ରରୂପା