ଶିଶୁଗଳ୍ପ – ପାହାଡ଼ ଚଢ଼ିବା ମଜା – ରଞ୍ଜନ କୁମାର ବ୍ରହ୍ମା
ବାଳକୁମାରୀ ଗୋଟିଏ ସୁଂଦର ପାହାଡ଼ । ଏହା ଗଞ୍ଜାମ ଜିଲ୍ଲା ଚିକିଟୀ ରେ ଅବସ୍ଥିତ । ପାହାଡର ପାଦ ଦେଶରେ ରାମଗୁଡା ବୋଲି ପଲ୍ଲୀଟିଏ ଅବସ୍ଥିତ । ଏଠାକାର ଲୋକେ ବଡ଼ ଉପକାରୀ । ଏଠାକୁ ଯିବା ପାଇଁ ବାରଶହ ବାସ୍ତରୀ ପାହାଚରାସ୍ତା ସହ ସୁନ୍ଦର ଚଉଡା ପକ୍କା ରାସ୍ତାଟିଏ ମା’ଙ୍କ ପୀଠ ଯାଏଁ ଲମ୍ବିଯାଇଛି । ଯଦ୍ୱରା ଗାଡି ମଟରରେ ଯାତ୍ରୀ ସହଜରେ ଯାଇ ବୁଲି ଆସିପାରୁଛନ୍ତି। ଶ୍ରୀ ଜଗନ୍ନାଥ, ଭୋଳାନାଥ ଏବଂ ମା’ ତାରିଣୀଙ୍କ ପରି ମା’ ବାଳକୁମାରୀଙ୍କ ସୁନ୍ଦର ସୁନ୍ଦର ଗୀତ ବି ହୋଇଛି । ଚିକିଟୀ ଅଞ୍ଚଳର କୁନି କଣ୍ଠଶିଳ୍ପୀ ରୁଦ୍ରରୂପାଙ୍କ ଗୀତ ଭକ୍ତ ଓ ଦର୍ଶକ ଗୁଣୁ ଗୁଣୁ ହୋଇ ଗାଇ ଓ ଶୁଣି ମାଡିଆଯାନ୍ତି ।
କୁନମୁନ୍ ପୂଜା ଛୁଟିରେ ନିଜ ସାଥୀଙ୍କ ସହିତ ପାହାଡ଼ ଚଢିଲା । ସାଥୀ ମାନେ ୧୦/୧୫ଟି ପାହାଚ ଚଢିଲା ପରେ ବସି ପଡୁଥିଲେ । ସେ କିନ୍ତୁ ନ ବସି ଟିକିଏ ଠିଆ ହେଉଥିଲା, ପୁଣି ଚଢ଼ୁଥିଲା । କିଛି ଲୋକ ହାତର ବାଉଁଶ ବାଡ଼ି ଧରି ଓହ୍ଲାଉ ଥିଲେ । ଚଢିଳା ବେଳକୁ ଜୟ ମା ବାଳକୁମାରୀ ବୋଲି ପାଟି କରୁଥିଲେ । ତା’ର ପରି ଛୋଟ ପିଲାମାନେ ଖୁସିରେ ଚଢି ଯାଉଥିଲେ । ଏହା ତାକୁ ବହୁତ ମଜା ଲାଗୁଥିଲା ।

ସୁନ୍ଦର ପ୍ରାକୃତିକ ଶୋଭାକୁ ଉପଭୋଗକରି ତଟକା ଅନୁଭୂତି ନେଇ ଘରକୁ ଫେରି ମାଆଙ୍କୁ ସବୁ କହିଲା । ମାଆ କହିଲେ ପାହାଡ଼ ଚଢିଲେ ସାହସୀ ହେବା । ଏଣୁ ବର୍ଷକୁ ଥରେ ଦୁଇ ଥର ସମସ୍ତେ ଚଢିବା ଉଚିତ ।ଏଇଥି ପାଇଁ ତ ଚିତା, ମହାବଳ, ସିଂହ, ଭାଲୁ ପ୍ରଭୁତି ବଡ଼ ସାହସୀ ।
ସେ ଵି ସାହସୀ ହେବ । ସୈନିକ ହେବ । ଦେଶର ରକ୍ଷା କରିବ । ଏହି କଥା ଭାବି ମନେ ମନେ କୁରୁଳି ଉଠିଲା ।
ଆଛା କହିଲ :-
୧. ଏହାକୁ ପଢି ନିଜେ ତୁମ ଅଞ୍ଚଳର ଯେ କୌଣସି ସ୍ଥାନ ବିଷୟରେ ଲେଖି ପାରିବ କି ?
୨. କୁନମୁନ୍ ପାହାଚ ରାସ୍ତାକୁ କାହିଁକି ପସନ୍ଦ କଲା ?
୩. ପାହାଡ଼ ଚଢ଼ିଲେ କ’ଣ ମଜା ମିଳେ ?
୪. ସୈନିକ ମାନଙ୍କର କାମ କ’ଣ ?
୫. ସିଂହ, ବାଘ, ଭାଲୁ ଏମାନେ ବଡ଼ ସାହସୀ କିନ୍ତୁ ଜଙ୍ଗଲରେ କାହିଁକି ରହନ୍ତି ?
୬. ଗଳ୍ପଟିକୁ ପଢି ତୁମ ମନକୁ ଯାହାଆସୁଛି ତାକୁ ସୁଂଦର ଦୃଶ୍ୟରେ ଆଙ୍କି ଦର୍ଶାଅ ।
୭. କୁନମୁନ୍ରର ପାହାଡ଼ ଚଢାକୁ କବିତା ପଂକ୍ତିରେ ସଜାଅ ।
୮. ଭଜନ , ଜଣାଣ ର ଆବଶ୍ୟକତା କଣ ଅଛି ?
ଉତ୍ତର ଗୁଡିକ ମତାମତ ବାକ୍ସ ରେ ଦେବାକୁ ଚେଷ୍ଠାଟିଏ କର
ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ
ଚିକିଟୀଗଡ଼, ଗଞ୍ଜାମ
ଫୋନ୍ ନଂ 8249486455
