ଦୁଃଖି ମଣିଷ – ମାନସ ରଞ୍ଜନ ପଟ୍ଟନାୟକ
ଦୁଃଖି ମଣିଷ ମୁଁ କାହିଁକି ମାଗିବି
ସୁଖ ମତେ ଦେବା ପାଇଁ
ଜୀବନ ଜଞ୍ଜାଳେ ଘାଣ୍ଟି ହୋଇ ମରେ
ସାହା ମୋର କେହି ନାହିଁ
ସୁଦୟା କର ଗୋସାଇଁ
ଆହେ ପ୍ରଭୁ ଭାବଗ୍ରାହୀ
ରତନ ବେଦୀରେ ବସିଛ ମଉନେ
ଭାଇ ଭଉଣୀକୁ ଧରି
ଶିରି ମନ୍ଦିରର ବାଇଶି ପାହାଚେ
ଯାଆନ୍ତି କି ମୁହିଁ ମରି
ତବ ଦୟା ଥିଲେ ସେହି ବଡ ଦାଣ୍ଡେ
ସଜା ହୋଇବ କୋକେଇ
ଦୁଃଖି ମଣିଷ ମୁଁ କାହିଁକି ମାଗିବି
ସୁଖ ମତେ ଦେବା ପାଇଁ
ଜୀବନ ଜଞ୍ଜାଳେ ଘାଣ୍ଟି ହୋଇ ମରେ
ସାହା ମୋର କେହି ନାହିଁ
ସୁଦୟା କର ଗୋସାଇଁ
ଆହେ ପ୍ରଭୁ ଭାବଗ୍ରାହୀ
ସଖା ସହୋଦର କାନ୍ଧେ ବୋହିନେବେ
ସ୍ବର୍ଗଦ୍ବାର ଥିବ ସାକ୍ଷୀ
ସାଗର ବେଳାରେ ଜଳିବ ମୋ ଜୁଈ
କୃପା ହେଉ ଚକାଆଖି
ଏଇ ଭିକ ମତେ ଦିଅ ହେ ସାଆନ୍ତେ
ଦେଖୁନ କାଳ ଡାକଇ
ଦୁଃଖି ମଣିଷ ମୁଁ କାହିଁକି ମାଗିବି
ସୁଖ ମତେ ଦେବା ପାଇଁ
ଜୀବନ ଜଞ୍ଜାଳେ ଘାଣ୍ଟି ହୋଇ ମରେ
ସାହା ମୋର କେହି ନାହିଁ
ସୁଦୟା କର ଗୋସାଇଁ
ଆହେ ପ୍ରଭୁ ଭାବଗ୍ରାହୀ
