ଦେଶଦ୍ରୋହୀ
ଦେଶଦ୍ରୋହୀ
————–
ଏବେବି ମନୁଷ୍ୟ ମନେ ଭରାଅଛି
କୁସଂସ୍କାର ଧର୍ମାନ୍ଧତା
ଭଗବାନଙ୍କର ନାମରେ ଭିଆଣ
ଶୁଣି ହଜିଯାଏ ଚେତା।
ସରକାରଙ୍କର ଆଇନ କାନୁନ
ନମାନି ନିର୍ଦ୍ଧିଷ୍ଟ ଜନ
କରୋନା ଭୂତାଣୁ ପ୍ରଭୁ ଦେଇଛନ୍ତି
କହୁଛନ୍ତି ପ୍ରବଚନ।
ସାମାଜିକ ଭାବେ ଦୂରତ୍ବ ନରଖି
ଆଲିଙ୍ଗନ କରି ଆନ
ଜନସମାବେଶ ବିପଦ କାରଣ
ବଳିଦ୍ଯନ୍ତି ଜୀବ ଧନ।
ବିଦେଶୀ ଲୋକଙ୍କୁ ପ୍ରଶୟ ଦିଅନ୍ତି
ଲୁଚାଇ ନିଜର ଘରେ
ଦେଶର ଅହିତ କରନ୍ତି ସାଧନ
ବିଶ୍ବରେ ନିନ୍ଦିତ ନରେ।
ଦେଶ ପ୍ରତିକୂଳ ଚିନ୍ତେ ଯେଉଁ ନର
ଦେଶଦ୍ରୋହୀ ଅଟେ ସେହି
ଶୂଳିରେ ବସାଇ ବଳିଦେଲେ ତାଙ୍କୁ
ଦୋଷ ଜମା ଲାଗେ ନାହିଁ।
———————
ଅନାମ ଚରଣ ସାହୁ
ବିଭୁତିପୁର,କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦
