ରାଧାବିନା କୃଷ୍ଣ ଅଧା – ବି. ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | ସଦ୍ୟ ପୋଷ୍ଟ

ଏକୁଟିଆ ତୁମେ ବଇଁଶୀ ବଜେଇ
ଡାକୁଅଛ ରାଧା-ରାଧା,
କେମିତି ଆସିବେ ରାଇ ବିନୋଦିନୀ
ତେଜି ଦୁନିଆର ବାଧା ।

ତାଙ୍କ ମନ ସାଥେ ତୁମରି ମନଟି
ପଡ଼ିଅଛି ପରା ବନ୍ଧା,
ଦୁନିଆ ଆଗରେ ତୁମେ ଖାଣ୍ଟିସୁନା
ରାଧା ଲାଗି କିଆଁ ନିନ୍ଦା !

ହେ ମୋହନ ତୁମେ ଜାଣିନାହଁ କିବା
ରାଧାବିନା କୃଷ୍ଣ ଅଧା,
ତଥାପି କେମିତି ଅପବାଦ ତାଙ୍କୁ
ଦିଏ ଗୋପପୁର ସଦା !

ଯେତେ ଯାହାହେଲେ ତୁମରି ନାମରେ
ରହିଛି ରାଧାଙ୍କ ଶ୍ରଦ୍ଧା
ତାଙ୍କ ନାମବିନା ତୁମ ବଇଁଶୀରୁ
ସୁର ଆସିବନି କଦା ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ