ବିପ୍ଲବୀ ନେତା ନବକୃଷ୍ଣ ଚ଼ୌଧୁରୀ – ବିଶ୍ଵବିଜୟୀ ଦାଶ

ଲେଖକ ପରିଚୟ

ବିଶ୍ଵବିଜୟୀ ଦାଶ
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା | ସଦ୍ୟ ପୋଷ୍ଟ

Read More

ଓଡ଼ିଶାର ଅନ୍ୟତମ ବିପ୍ଲବୀ ପୁରୁଷ, ସମାଜବାଦୀ ନେତା, କୃଷକ, ପ୍ରଜା ତଥା ଭୂଦାନ ଆନ୍ଦୋଳନ ର ନେତା, ସ୍ବାଧିନତା ସଂଗ୍ରାମୀ, ଭାରତ ଛାଡ଼ ଆନ୍ଦୋଳନର କର୍ମୀ, ଆଦର୍ଶବାଦୀ ରାଜନୀତିଜ୍ଞ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚ଼ୌଧୁରୀ । ନବକୃଷ୍ଣ ଚୌଧୁରୀ ଜଗତସିଂହପୁର ଜିଲ୍ଲାର ଖେରସା ଗାଁରେ ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ପିତାଙ୍କ ନାମ ଗୋକୁଳାନନ୍ଦ ଚ଼ୌଧୁରୀ ଓ ମାତାଙ୍କ ନାମ ପଦ୍ମାବତୀ ଦେବୀ।ବାଲ୍ୟକାଳ ରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ବିଶ୍ବକବି ରବିନ୍ଦ୍ର ନାଥ ଟାଗୋର ଙ୍କ ଚ଼ିନ୍ତା ଓ ଚ଼େତନା ତାଙ୍କୁ ଖୁବ ପ୍ରଭାବିତ କରିଥିଲା । ପ୍ରାଥମିକ ଶିକ୍ଷା ପରେ ନବକୃଷ୍ଣ ଚ଼ୌଧୁରୀ ଙ୍କ ହାଇସ୍କୁଲ ଶିକ୍ଷା କଟକ ର ପ୍ୟାରୀମୋହନ ଏକାଡ଼େମୀ ରୁ ସମାପ୍ତ ହୋଇଥିଲା । ଉଚ୍ଚଶିକ୍ଷା ନିମନ୍ତେ ସେ ୧୯୧୮ ମସିହାରେ ରେଭେନ୍ସା କଲେଜ ରେ ନାମ ଲେଖାଇଲେ । ୧୯୨୧ ମସିହାରେ ମହାତ୍ମା ଗାନ୍ଧୀ ଡ଼ାକରାରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥାଏ ସମଗ୍ର ଭାରତବର୍ଷ ରେ । ଗାନ୍ଧୀ ଜୀ ଆହ୍ବାନ ରେ ଯେଉଁ ଛାତ୍ର ମାନେ ଅସହଯୋଗ ଆନ୍ଦୋଳନ ରେ ଯୋଗ ଦେଇଥିଲେ, ସେହି ମାନଙ୍କ ମଧ୍ୟରୁ ନବକୃଷ୍ଣ ଚ଼ୌଧୁରୀ ହେଲେ ଅନ୍ୟତମ।ତାଙ୍କ ଆଗରେ ଥିଲା ସୁନେଲି ଭବିଷ୍ୟତ।ସେ ଚ଼ାହିଁଥିଲେ ଉଚ୍ଚ ଶିକ୍ଷା ଲାଭ କରି ଉଚ୍ଚ ପଦ ପଦବୀ ରେ ଅଧିଷ୍ଠିତ ହୋଇପାରିଥାନ୍ତେ, ହେଲେ ସେ ସବୁକୁ ପଛରେ ପକାଇ ପାଠ ପଢ଼ା ଛାଡ଼ି ଯୋଗ ଦେଲେ ଅସହଯୋଗ ଆନ୍ଦୋଳନ ରେ।ତା’ପରଠାରୁ ସେ ହେଲେ ସଚ୍ଚା ଦେଶଭକ୍ତ ଓ ସ୍ବାଧିନତା ସଂଗ୍ରାମୀ । ସେହି ସମୟରେ ମହାତ୍ମା ଗାନ୍ଧୀ ଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା ସାବରମତୀ ଆଶ୍ରମ । ୧୯୨୩ ମସିହାରେ ନବକୃଷ୍ଣ ଚ଼ୌଧୁରୀ ସାବରମତୀ ଯାତ୍ରା କଲେ ଏବଂ ସେଠାରେ କିଛି ଦିନ ରହିଲେ।ତା’ପରେ ଓଡ଼ିଶା ଫେରି ଆସି ସାଧାରଣ ଲୋକଙ୍କ ବିକାଶ କାର୍ଯ୍ୟରେ ଲାଗିଥିଲେ।ଅଧାରୁ ଛାଡିଥିବା ଉଚ୍ଚଶିକ୍ଷା ସମାପନ ପାଇଁ ସେ ଶାନ୍ତି ନିକେତନ ଯାଇ ସେଠାରେ ତାଙ୍କ ମାଳତୀ ସେନଙ୍କ ସହ ପରିଚୟ ହୋଇଥିଲା।ତା’ପରେ ୧୯୨୭ ମସିହା ଜୁଲାଇ ୨୭ ତାରିଖରେ ନବକୃଷ୍ଣ ଚ଼ୌଧୁରୀ ମାଳତୀ ସେନ୍ ଙ୍କୁ ବିବାହ କଲେ।ମାଳତୀ ସେନ୍ ରୁ ମାଳତୀ ଚ଼ୌଧୁରୀ ରୂପାନ୍ତରିତ ହୋଇ ମହାନ୍ ବିପ୍ଲବିନୀ ହୋଇପାରିଲେ।ବିବାହ ର କିଛି ଦିନ ପରେ ନବକୃଷ୍ଣ ଚ଼ୌଧୁରୀ ମାଳତୀ ଚ଼ୌଧୁରୀ ଙ୍କୁ ଧରି ଜଗତସିଂହପୁର ରୁ ପ୍ରାୟ ୮ କି.ମି. ଦୂର ତରିକୁନ୍ଦ ଠାରେ ଥିବା ତାଙ୍କ କୃଷି ଫାର୍ମ ରେ ଯାଇ ରହିଲେ।ସେଠାରେ ସେମାନେ ସାଧାରଣ ଲୋକଙ୍କ ସହ ମିଶି କୃଷି କାର୍ଯ୍ୟ କରୁଥିଲେ, ଶିକ୍ଷା ଦେଉଥିଲେ, ସ୍କୁଲ ଚଳଉଥିଲେ । କୃଷକ ଓ ସାଧାରଣ ଲୋକଙ୍କ ପାଇଁ ପ୍ରଥମେ ସାରଥୀ ଏବଂ ତା ପରେ କୃଷକ ନାମକ ପତ୍ରିକା ବାହାର କରିଥିଲେ ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ହେଇଥିବା ନିର୍ବାଚନରେ ସେ ତିର୍ତ୍ତୋଲ-ଏରସମା ଆସନରୁ ଲଢି ବିଜୟୀ ହୋଇଥିଲେ । ସେହିପରି ଭାରତ ସ୍ୱାଧିନତା ପରେ କେନ୍ଦ୍ରାପଡ଼ା ଆସନରୁ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳରେ ରାଜସ୍ୱ, ଯୋଗାଣ ଓ ପରିବହନ ମନ୍ତ୍ରୀ ଭାବରେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ।ପରବର୍ତ୍ତୀ ସମୟରେ ନବକୃଷ୍ଣ ଚ଼ୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ।ତାଙ୍କ ଶାସନ କାଳରେ ହୀରାକୁଦ ବନ୍ଧ, ଓଡ଼ିଶାର କୃଷି ଓ ପଶୁ ଚିକିତ୍ସା ମହାବିଦ୍ୟାଳୟ ଏବଂ ବୁର୍ଲା ବୈଷୟିକ ମହାବିଦ୍ୟାଳୟ, ଆଦି ସ୍ଥାପିତ ହୋଇଥିଲା, ଏବଂ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ପ୍ରଣୟନ ହୋଇଥିଲା । ବହୁ ବିରୋଧ ସତ୍ତ୍ୱେ ତାଙ୍କ ଉଦ୍ୟମରେ ଓଡ଼ିଆ ଭାଷା ସରକାରୀ ଭାଷାରେ ପରିଣତ ହୋଇଥିଲା । ଜରୁରିକାଳୀନ ପରିସ୍ଥିତିରେ ଉତ୍ତିର୍ଣ୍ଣ ବୟସରେ ଥିଲେ ସୁଦ୍ଧା ସେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ସମର୍ଥନ ଦେଇ ଗିରଫ ହୋଇଥିଲେ । ୧୯୮୪ ଜୁନ ୨୪ରେ ସେ ମୃତ୍ୟୁବରଣ କରିଥିଲେ । ତାଙ୍କର ଅନନ୍ୟ ବ୍ୟକ୍ତିତ୍ବ, କୃତି, ବୈପ୍ଲବିକ ଚ଼ିନ୍ତା ଓ କର୍ମ ଯୋଜନା ଆକଳନ କରିବା ଅସମ୍ଭବ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ବି. ନିରୁପମା, ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।
ବଣମଲ୍ଲୀ ପାଠକ
ବି. ନିରୁପମା, ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।
1 ମାସ ପୂର୍ବରୁ

ଉତ୍କଳ ମାତାଙ୍କର ଏହି ସୁଯୋଗ୍ୟ ପୁତ୍ରଙ୍କୁ ପ୍ରଣାମ ।ଲେଖକଙ୍କୁ ଧନ୍ୟବାଦ ।