ମାଆ – ଡଃ ଶରତ କୁମାର ଚଉଁରୀ

ଲେଖକ ପରିଚୟ

ଡକ୍ଟର ଶରତ କୁମାର ଚଉଁରୀ
ଟିଚର୍ସ କଲୋନୀ, ପିପିଲି, ପୁରୀ | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 32 ଜଣ ପାଠକ ପଢି ସାରିଛନ୍ତି

ଯାହାର ଦୟାରେ
ଦେଖିଲେ ଆମେରେ
ଏଇ ସୁନ୍ଦର ଦୁନିଆ,
ସ୍ରଷ୍ଟା ଙ୍କ ସୃଷ୍ଟିରେ ସବୁଠୁ ଉଚ୍ଚରେ
ଯିଏ ସିଏ ଆମ ମାଆ।
ପେଟେ ଖାଇଲେ ବି ପିଠିକୁ ଆଉଁସି
କହେ ଆଉ ମୁଠେ ଖାଆ,
ଜଗତେ ତାପରି କେହି ନୁହେଁ ସରି
ସବୁଠୁ ନିଜର ମାଆ।
ବାହାରକୁ ଗଲେ ନ ଫେରିବା ଯାଏଁ
ଯିଏ ଦ୍ୱାରେ ହୁଏ ଠିଆ,
ଘରେ ପହଞ୍ଚିଲେ ଖୁସିରେ ଅଧିରା
ହୁଏ ଯିଏ ସିଏ ମାଆ।
ରୋଗରେ ପଡ଼ିଲେ
ଗ୍ରାମ ଦେବୀ ପାଶେ
ଯିଏ ପଡ଼େ ଗୁହାରିଆ,
ଅଖିଆ ଅପିଆ ରହି ସେବା କରେ
କେବଳ ଏକାକୀ ମାଆ।
ସନ୍ତାନ ବିପଦେ ପଡ଼ିଯାଏ ଯେବେ
ଯିଏ ହୁଅଇ ଛାନିଆଁ,
ଦୁଃଖ ଦୂର ପାଇଁ ପ୍ରଭୁଙ୍କୁ ଡାକ ଇ
ଯିଏ ସିଏ ପରା ମାଆ।
ଯିଏ ସବୁ ଦେଇ କିଛି ମାଗେ ନାହିଁ
କହେ ଧନ ସୁଖେ ଥାଆ,
ପ୍ରତି ସନ୍ତାନର ଅତି ଆପଣାର
ଚିର ପୂଜନୀୟା ମାଆ।
ଅମୃତ ସମାନ ଅଟେ ଯାର ନାମ
ସବୁବେଳେ ଲାଗେ ନୂଆ,
ବିପଦ କାଳରେ ରହଇ ପାଖରେ
ଏକାକୀ ଆମର ମାଆ।

ଡ.ଶରତ କୁମାର ଚଉଁରୀ
ସଂ: ଶିଶୁ ଦରବାର
ଟିଚର୍ସ କଲୋନୀ, ପିପିଲି, ପୁରୀ

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 ରିଭିୟୁ ଗୁଡିକ
Article Rating
ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 Comments
Inline Feedbacks
ସମସ୍ତ କମେଣ୍ଟ ଦେଖନ୍ତୁ