କରୋନା ସମସ୍ୟା ଓ ନିରାକରଣ – ଶ୍ୟାମ ସୁନ୍ଦର କୁମ୍ଭାର

ଲେଖକ ପରିଚୟ

ଶ୍ୟାମ ସୁନ୍ଦର କୁମ୍ଭାର
ସନ୍ଧିବାହାଲ, ଗାଇସିଲେଟ, ବରଗଡ଼ | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ପ୍ରକୃତି କୋଳରେ ସବୁଜୀବଙ୍କର
ବଞ୍ଚିବାର ଅଛି ଅଧିକାର l
ଜୀବ ମଧ୍ୟେ ଶ୍ରେଷ୍ଠ ମଣିଷ ବାପୁଡ଼ା
ଅନ୍ୟ ଜୀବେ କରେ ଅତ୍ୟାଚାର ll
ପରିଣାମତଃ ଚୀନ ଦେଶେ ଦେଖ
କରୋନା ଭୁତାଣୁ ନେଲା ଜନ୍ମ
ଦିଶେନା ଆଖିକୁ ଥରାଏ ଛାତିକୁ
ନିମିଷେ ନେଉଛି କୋଟି ପ୍ରାଣ ll
ତାହାରି ଆତଙ୍କେ ଆତଙ୍କିତ ବିଶ୍ୱ
ସୁଖ ଓ ସମୃଦ୍ଧି ଦିବା ସ୍ବପ୍ନ
ଜନ ଜୀବନକୁ ସୁରକ୍ଷା ଦେବାକୁ
ନାନା ଦେଶେ ଚାଲେ ଲକ ଡାଉନ ll
ଯିଏ ଯହିଁ ଥିଲେ ସେହିଠି ରହିଲେ
ଛାଡ଼ି ପିତା ମାତା ଗୁରୁଜନ
ଭାଳି ଘରକଥା ଘୁରିଯାଏ ମଥା
ଛାନିଆ ହେଉଛି ପିଣ୍ଡ ପ୍ରାଣ ll
ପିତା ଠାରୁ ପୁତ୍ର, ସ୍ୱାମୀ ଠାରୁ ସ୍ତିରୀ
ଭାଇ ଠାରୁ ଭଗ୍ନି ରହେ ଦୂରେ
ସାମାନ୍ୟ ସନ୍ଦେହ ଲାଗିଲେ ଯାହାକୁ
ସନ୍ଦୀଗଧ ରହୁଛି ଏକାନ୍ତରେ ll
ଦିନମଜୁରିଆ, ଦାଦନ ଶ୍ରମିକ
ରିକ୍ସାବାଲା ଆଉ ଫେରୀଵାଲା
ଜୀବନ ଜୀବିକା ହାରି ବସିଛନ୍ତି
ଭୋକ ଉପବାସେ କାନ୍ଦେ ପିଲା ll
ବ୍ୟବସାୟୀ ଠାରୁ ପୁଞ୍ଜିପତି ଯାଏ
ସଭିଙ୍କ ଜୀବିକା ପ୍ରଭାବିତ
ଅର୍ଥନୀତି ଦେଶେ ହୁଏ ପ୍ରଭାବିତ
ସବୁରି ମନକୁ ଲାଗେ ତ୍ରାସ ll
ଏ ପରିସ୍ଥିତି ର ମୁକାବିଲା ପାଇଁ
ଦେଶପ୍ରେମୀ ଦେଉଛନ୍ତି ଦାନ
ଗରୀବ ପାଖକୁ ପାରେନା ପହଂଚି
ନ ତୁଟଇ ଅଭାବ କଷଣ ll
ଯେତେ ଯାହା ଆସୁ ବାଧା ବିଘ୍ନ ସହି
ସାମାଜିକ ଦୂରତା ରଖିବା
ଯେତେଦିନ ଯାଏ ରୋଗ ପ୍ରତିକାର
ଔଷଧ ଓ ଟୀକା ନ ପାଇବା ll
ସଚେତନ ହେବା ସୁରକ୍ଷିତ ରହିବା
ସନ୍ତୁଲିତ ଭୋଜନ ଆହାର
ସକଳ ଜୀବଙ୍କୁ ଦେଖିବା ସମାନ
ବଂଚିବାକୁ ଦେବା ଅଧିକାର ll
ଶ୍ୟାମ ସୁନ୍ଦର କୁମ୍ଭାର

Leave a Reply

Your email address will not be published. Required fields are marked *