ମନକୁ ଗୋଳିଆ କରନା – ଭାରତୀ ସାହୁ

ଲେଖକ ପରିଚୟ

ଭାରତୀ ସାହୁ
ଯୁନିଦା ପାଟଣା, ଦଶରଥ ପୁର, ଯାଜପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଦିଏ ସ୍ୱଚ୍ଛ ମନ ସତ୍ୟର ସନ୍ଧାନ
ଚଲାପଥ କୁସୁମିତ
ଅହଙ୍କାର ଭଳି ଗୋଳିଆ ପାଣିରେ
ଜୀବନଟା ହନ୍ତସନ୍ତ l

ଯାହାର ଭାବନା ସ୍ୱଚ୍ଛ ହୋଇଥାଏ
ତାର ଭାଗ୍ୟ ଆକାଶରେ
ସୁଖର ସୂରୂଜ ଉଇଁଆସେ ନିତି
ବୁଡେ ପବିତ୍ର ଗଙ୍ଗାରେ l

ଧନ ଦ୍ରବ୍ୟ ପାଇଁ କଳି କରେନାହିଁ
ମନରେ ସ୍ନେହ ପ୍ରେମକୁ
ବାଣ୍ଟିଦିଏ ଯିଏ ଜଗତ ମଙ୍ଗଳେ
ଧନ୍ୟ ଧନ୍ୟ ତା ଜନ୍ମକୁ l

ସଂସାରଟା ବଡ଼ ଜଟିଳ ଅଟଇ
ବୁଝିବି ହୁଏନା ବୁଝି
ଅବୁଝା ପଣରୁ କେତେଯେ ସଂସାର
ଅନ୍ଧାରରେ ଯାଏ ହଜି l

ମନର ପବିତ୍ର ଗଙ୍ଗା ଜଳେ ଯେବେ
ଭାବନାକୁ ଭିଜାଇବ
ଯେତେ ବାଧା ବିଘ୍ନ ଆସି ପହଁଚିଲେ
ବଳେ ସେ ଦୂରେଇ ଯିବ l

ମନଟିକୁ ସଦା ନିର୍ମଳ ରଖିଲେ
ପରିବେଶ ପରିବାର
ହସୁଥିବ ସଦା ବହୁଥିବ ପୁଣି
ପବିତ୍ର ଗଙ୍ଗାର ଝର l

ମନକୁ. କେବେହେଁ ଅସତ୍ୟ ମାର୍ଗରେ
ଘେନିଯିବା ନାହିଁ ବନ୍ଧୁ
ସଂସାର ଜଂଜାଳ ହେବ ଅସମ୍ଭାଳ
ଦିନ ଯିବ କାନ୍ଦୁ କାନ୍ଦୁ l

ଭାରତୀ ସାହୁ, ଯୁନିଦl ପାଟଣା, ଦଶରଥ ପୁର, ଯାଜପୁର, ମୋ -7855841101


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ