ସେହି ଚିଲିକା – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଲେଖକ ପରିଚୟ

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳଯୋଡି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

Read More

ନୀଳାମ୍ବୁ ଶୋଭିତ ସୁନାବ୍ୟା ସୁନ୍ଦରୀ
ଚାରୁଚିତ୍ର ମୟୀ ଚିଲିକା
ମରାଳ ମାଳିନୀ ଉତ୍କଳ କମଳା
ବିଳାସ ଦୀର୍ଘିକା ଚିଲିକା ।।

ଦୂର ଦିଗ୍-ବଳୟ ସୀମାନ୍ତ ବିସ୍ତୃତ
ମନଲୋଭା ଚିତ୍ର ଚିଲିକା
ନୀଳ ଦରପଣ ଗଗନ ବିମ୍ବିତ
ଅପରୁପ ମୟୀ ଚିଲିକା ।।

କୋଟି କୋଟି ଜଳଚର ଜନ୍ମଦାତ୍ରୀ
ପୂଣ୍ୟ ଗର୍ଭା ଦେବୀ ଚିଲିକା
ମଣିମୟ ରତ୍ନ ବୈଦୁର୍ଯ୍ୟ ଶାଳିନୀ
ରତ୍ନଗର୍ଭା ବାଳା ଚିଲିକା ।।

ମରତ ଭୂଇଁ ର ମାନସରୋବର
ରୂପକୁ ନିନ୍ଦଇ ଚିଲିକା
ନିଶାପତି କୌମୋଦୀ ରେ କୁମୁଦିନୀ
ଖେଳେ ତୋ ବୁକୁରେ ଚିଲିକା ।।

ଅସଂଖ୍ୟ ବୋଇତ ଭାସମାନ ଚିତ୍ର
ବହନ କରିସେ ଚିଲିକା
ପରିବ୍ରାଜକ ର ମନ ଟାଣି ନିଏ
ଅନୁଢା ସୁନ୍ଦରୀ ଚିଲିକା ।।

ତା ତଟ ଦେଶରେ ମୋର ଜନ୍ମ ଭୂଇଁ
ଅଳଙ୍କୃତ କରେ ଚିଲିକା
କୁଞ୍ଚିକୁଞ୍ଚିକା ତା ପାହାଡ଼ ମାଳାରେ
ମଞ୍ଜୁଳ ଛବିଳ ଚିଲିକା ।।

ମୋ’ଗାଆଁ ର ଶିରୀ ଚିଲିକା ସୁନ୍ଦରୀ
ଅପରୂପମୟୀ ବାଳିକା
ତା ଅମୀୟ ପ୍ରେମ ମୁଗ୍ଧ ମନ ପ୍ରାଣ
କରି ଦିଏ ସେହି ଚିଲିକା ।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
6 ମାସ ପୂର୍ବରୁ

ଚିଲିକାର ସୁନ୍ଦର ଶୋଭାକୁ ବର୍ଣ୍ଣନା କରିଛନ୍ତି ଆପଣଙ୍କ କବିତାରେ