ଦୁର୍ବଳ ମୁହୂର୍ତ୍ତ – ସିଦ୍ଧେଶ୍ଵର ତ୍ରିପାଠୀ
ଆଗୋ ସୁନୟନା କରନି ବାହାନା
ତୋଳିନିଅ ବାହୁ ବନ୍ଧନରେ
ଲାଜର ଗହଣା ଦିଅଗୋ ଉତ୍ତାରି
ଅଙ୍ଗବାସ ସବୁ ଯାଉ ଦୁରେ ।
ରକ୍ତଜବା ପରି ତୁମସେ ଓଠରୁ
ଝରାଇ ଦିଅଗୋ ମଧୁରସ
ଏଇ ମଗୁସୁର ଗହନ ରାତିରେ
ଏକାକିନି ଥରେ ଆସ ଆସ ।
ଭୁଲିଯାଅ ତୁମ ପଛ ସଂସାରକୁ
ଅଙ୍ଗ ଦାସ ମୋତେ କର ଥରେ
ଆଗୋ ସୁନୟନା କରନି ବାହାନା
ତୋଳିନିଅ ବାହୁ ବନ୍ଧନରେ ।
ରାତି ସାଥେସାଥେ ରତି ବଢ଼ୁଥିବ
ବଢି ଚାଲିଥିବ ଦୀର୍ଘଶ୍ଵାସ
କେଉଁ ଅତୀତର ମଲା ସପନ ମୋ
ଧିରେ ପାଉଥିବ ଜୀବନ୍ୟାସ ।
ସମୟ ସରୁଛି ସ୍ମୃତିବି ଝରୁଛି
ଆଉ କିବା ଲାଭ ବିଳମ୍ବରେ
ଆଗୋ ସୁନୟନା କରନି ବାହାନା
ତୋଳି ନିଅ ବାହୁ ବନ୍ଧନରେ ।
ସିଦ୍ଧେଶ୍ବର ତ୍ରିପାଠୀ
