ଦୁଃଖ ମୋ ମାଆ ପାଇଁ – ନରେନ୍ଦ୍ର ପ୍ରସାଦ ବେହେରା

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମାଆର ମମତା   ବୁଝିମୁଁ ପାରୁଛି 
     ତୋ କୋଳେ ଜନମ ହୋଇ
ମାଆ ମାଆ ବୋଲି  ଡାକିବା ପାଇଁକି
        ଧରାକୁ ଆସିଲି ଧାଇଁ ।
ବିଦ୍ଯାଶିକ୍ଷା ଦେଲୁ  ମଣିଷ କରିଲୁ
       ତୋକଥା ବୁଝିବା ପାଇଁ
ବୁଝି ମୁଁ ପାରୁନି  ତୋ କଥାକୁ ମାଆ
          ଦୁଃଖତ ଆସଇ ଧାଇଁ ।
ଶିକ୍ଷାଲାଭ କଲି  ଚାକିରୀ କରିଲି
     ରହିଲି ଗାଆଁରୁ  ଦୂରେ
ମାଆ ମୋର ଘରେ  ରହିଲା କିପରି
      ଭାବିନି କେବେ ମନରେ ।
ମନେପଡେ ଯେବେ ମାଆ କଥା ମୋର
        ନୟନୁ ବୁହଇ ନୀର
ଚାକିରୀ ଭାରିଜା  ଦୁଇପାଖେ ଛିଡା
        କାହାକୁ କରିବି ପର ।
କହିଲି ଦିନେ ମୁଁ  ଭାରିଜାକୁ ମୋର
        ଗାଆଁକୁ ଯିବା ଏଥର
ଭାରିଜା କହିଲା  ବେଳନାହିଁ ମୋର
        ସନ୍ଧ୍ୟାକୁ ଯିବି ପାର୍ଲର ।
ପରଦିନ ପୁଣି  କହିଲି ତାହାଙ୍କୁ
     ହୁଅ ତୁ ବେଗେ ବାହାର
ମାଆ ମୋର ଘରେ  ଜ୍ବରରେ ପଡିଛି
         ଦେଖିବା ଯାଇ ସତ୍ବର ।
ଏକଥାକୁ ଶୁଣି  ଭାରିଜା ମୋହର
        କାନ୍ଦିଲା ନାକ ଅଗର
ଏକମାସ ହେଲା  ଯାଇନି ସିନେମା
      ସନ୍ଧ୍ୟାକୁ ଟିକଟ କର ।
ପୁଅ ପୁଅ ବୋଲି  କାନ୍ଦି କାନ୍ଦି ମରେ
       ବୁଢୀ ମାଆଟି ମୋହର
ଧନ୍ଯ ଚାଣ୍ଡାଳୁଣୀ ଭାରିଜା ତୁ ମୋର
       କରିଛୁ ମୋତେ ଚାକର ।
ପାରୁନାହିଁ ବୁଝି  ମାଆର ମମତା
      ନାରୀ ଏ କଳିଯୁଗର
ଛିଡି ପଡିବକି  ଛାତିରେ ତାହାର
      ଆକାଶ ପରି ପଥର ।
ଏହିଭଳି ନାରୀ  ସଂସାରେ ଯେତେକ
        ଦେଇଛ ହେ ପ୍ରଭୁ ଭରି
ଦିଅ ଅଭିଶାପ  ଆହେ ମହାପ୍ରଭୁ
       ଯାଆନ୍ତୁ ସମସ୍ତେ ମରି ।
ନାରୀ ପାଇଁ ଦିନେ  ମହାପ୍ରଭୁ ତୁମେ
       ଖଣ୍ଡିଆ ରୂପକୁ ଧରି
ବିଜେ କରିଅଛ  ବଡ଼ଦେଉଳରେ
       ନାରୀ ମାଡଖିଆ ହରି ।
ସାହସ ଅଛିତ  ଅଭିଶାପ ଦିଅ
       ନହେଉ ପୁତ୍ର କାହାରି
ତୁମେ ମହାବାହୁ  ଶଙ୍ଖଚକ୍ରଧାରୀ
        ବିଶ୍ବ ବିହାରି ଯେ ହରି ।।
ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା,ବାଲେଶ୍ବର, ମୋ–୯୮୫୩୧୪୨୫୧୦

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ