ଜଗବନ୍ଧୁ ହେ ଗୋସାଇଁ – ଶିବ ଚରଣ ମହାପାତ୍ର

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ବନ୍ଧୁ ବୋଲି ଜଗନ୍ନାଥ
ହୃଦୟେ ମଣିଛି
ମୋ ବିଶ୍ୱାସ ଚନ୍ଦନ ତୋ
ଶ୍ରୀଅଙ୍ଗେ ଲେପୁଛି…

ଦେଖିନାହିଁ ତୁମ ପରି
ବନ୍ଧୁ ଜଣେ କେହି
ଭଲ ମନ୍ଦ ସୁଖେ ଦୁଃଖେ
ଥାଅ ଛାଇ ହୋଇ…

ମଧୁଝରା ପ୍ରିତି ତୋର
ଅମୃତ ସାଗର
ବନ୍ଧୁ ପାଇଁ ସାଜି ପାର
ତୁମେ କ୍ଷୀରଚୋର…

ବନ୍ଧୁ ମହାନ୍ତି ଭୋକିଲା
କ୍ଷୁଧା ପ୍ରଶମିତେ
ଅନ୍ନ ଘେନି ପରଶିଲ
ପ୍ରଭୁ ଅର୍ଦ୍ଧ ରାତ୍ରେ…

ଗରିବ ଭିକ୍ଷୁକ ବନ୍ଧୁ
ସୁଦାମା ବ୍ରାହ୍ମଣ
ହୃଦ ଦୁଃଖ ବୁଝି ପ୍ରଭୁ
ଫେଡିଲ କଷଣ…

ବନ୍ଧୁ ପଦ କଣ୍ଟାଘାତେ
ତୋ ରୁଧିର ଝରେ
ତା’ ଓଠର ହସ ଦେଖି
ନେତ୍ରେ ଖୁସି ଭରେ..

ମାଗୁନାହିଁ କିଛି ସୁଖ
ସେ ବନ୍ଧୁତା ଚାହେଁ
ବନ୍ଧୁ ପଣେ ଭାବ ନେଇ
ନିତି ଛୁଉଁ ଥାଏ …

ଥିଲା ରହିଛି ରହିବ
ଅତୁଟ ବନ୍ଧନ
ମୁଁ ତୋ’ ଫୁଲ ତୁ ମୋର
ମଳୟ ପବନ…

ତୁମେ ବନ୍ଧୁ ତୁମେ ସଖା
ଜଗତ ଈଶ୍ୱର
ତୁମେ ମୋର ପ୍ରାଣପ୍ରିୟ
ଅତି ଆପଣାର…
ହେ ଜଗତ ଠାକୁର..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ