କଦମ୍ବ ଫୁଲ – ଲିପ୍ସା ଆଚାର୍ଯ୍ୟ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ବର୍ତ୍ତମାନ ଜାଣିବା ପାଣିପାଗ ଖବର । ଦୁଇଦିନ ପରେ ମୌସୁମୀ ଛୁଇଁବ ଓଡିଶାକୁ … । ରୋଷେଇଘରୁ ଦୌଡି ଆସିଲା ବର୍ଷା । ଟିଭି ପାଖକୁ । ବୋଧହୁଏ ପରିଚିତ ଅତିଥି ଟିଏ ଆସିବ ବୋଲି ଖବର ପଠେଇଛି । ଖୁସିରେ ଟିକିଏ ଡେଇଁବାକୁ ଭାରି ଇଚ୍ଚ୍ଥା ତା’ର । ନୂଆଁ ନୂଆଁ ସାଧବବୋହୂ ଟିଏ କେମିତି ଡେଇଁବ ?? ପଛରୁ ଶୁଣାଗଲା ତାକୁ କିଚ୍ଥି ବିରକ୍ତି ଭରା ମନ୍ତବ୍ଯ । କେବଳ ତା’ ନାମ ଟା ବର୍ଷା ତାହା ନୁହଁ । ମୌସୁମୀ ସହିତ ଏକ ପ୍ରିତିଭରା ଆତ୍ମୀୟ ତାର । 

କୁଆଁରୀ ବସୟର କିଚ୍ଥି ଅଭୁଲା ସ୍ମୃତି ମାନସପଟର ରେ ନାଚି ଉଠିଲା । ମା’ର ଆକଟ କୁ ନ ମାନି ବର୍ଷାରେ ଭିଜୁଥିଲି ମୁଁ । ତା ସହିତ ଆକାଶରୁ ଝରି ପଡୁଥିବା ମୁକ୍ତାକୁ ପାପୁଲିରେ ଧରିବା ପାଇଁ ସଂଘର୍ଷ । ମୌସୁମୀ ଅଗଣାରେ ପାଦ ଥାପିଲା ମାତ୍ର ମୋ ପାଦ ମଧ୍ଯ ନାଚି ଉଠିଯାଏ । ହଁ, ଏ ମୌସୁମୀ ଦିନେ ପ୍ରେମର ସ୍ପନ୍ଦନରେ ଓଦା କରିଦେଇଥିଲା । ମନ ଆଉ ଶରୀର କୁ ।
ସେଦିନ ଶ୍ରେଣୀରେ ଅର୍ଥନୀତି ପଢାହଉଥାଏ । କିନ୍ତୁ ଶ୍ରେଣୀଗୃହରେ ଶରୀର ଟି ବସିଥିଲା ମାତ୍ର ମନ ବାହାରେ ହେଉଥିବା ବର୍ଷା ରେ ଭିଜିବାକୁ ଚାହୁଁଥିଲା । ହାତଟା ଆପେ ଆପେ ଖାତାରେ ଲେଖିଦେଲା କେତୋଟି ଧାଡି । ନା ସେ ପ୍ରେମର ଭାବନାଥିଲା ନା ବିରହର ବେଦନା । ବାସ୍ ! ଏକ ଅଭିମାନ ଥିଲା ମନର ମାନସ ନିମନ୍ତ । ଖାତକୁ ବନ୍ଦ କରିବାକୁ ଗଲାବେଳେ ଶୁଣୁଲି ; ଆରେ… ରୁହ ଶେଷ ଦୁଇଧାଡି ପଢିନି ….। ବହୁତ ସୁନ୍ଦର ଲେଖିଚ୍ଥନ୍ତି । କାହା ପାଇଁ ଏତେ ଅଭିମାନ?? କଦମ୍ବ ଫୁଲକୁ ଚ୍ଥାଡିଦେଲେ କାହିଁକି?? ବର୍ଷାଋତୁରେ ସେପରା ସବୁଠାରୁ ଆକର୍ଷଣୀୟ । ମୁଁ କିଚ୍ଥି କହିଲି ନାହିଁ । ମୋ ଆଖିର ଭାଷାକୁ କିପରି ପଢିଦେଲ ତୁମେ । ପୁଣି କହିଲ ;”ସହରି ପିଲା କଦମ୍ବ ଫୁଲ ଦେଖିନଥିବ ବୋଧହୁଏ ।” । ଦୁଇ ଦିନପରେ ତୁମେ କଦମ୍ବ ଫୁଲକୁ ଉପହାର ଦେଇଥିଲ ମୋତେ । ପ୍ରଥମଥର ପାଇଁ ଦେଖିଥିଲି କଦମ୍ବ ଫୁଲକୁ ଆଉ ବାରିଥିଲି ତା ବାସନା । ସତରେ ତୁମକୁ ମୌସୁମୀ ଅତିଥି କରି ଆଣିଥିଲା ମୋ ମନ ଅଗଣାକୁ । 

– ଆରେ… କଣ ହେଲା ?? ଏମିତି କାହିଁକି ଠିଆ ହେଇଛ ??
– କିଚ୍ଥି ନାହିଁ??
– ନିଅ ତୁମ ଉପହାର । ହାତ ଦେଖାଅ …
– ପାପୁଲିରେ କେତୋଟି କଦମ୍ବର ଫୁଲ ।


Writer’s Details: Lipsa Acharya
Q.no G(14), Berhampur university
Content Category:
Submission Date: Aug 05, 2019


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ