ଶ୍ରୀ ଶ୍ରୀ ଦଧିବାମନଜୀଉ ସାହିତ୍ୟ ସଂସ୍କୃତି ପରିଷଦର ପଞ୍ଚମ ବାର୍ଷିକୀ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଭଦ୍ରକ – ପ୍ରତିବର୍ଷଭଳି ଏହି ବର୍ଷ ନଭେମ୍ବର ୨୪ ତାରିଖ ରବିବାର ପୂର୍ବାହ୍ନ ୯ ଘଟିକାରୁ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ ଅଧିନସ୍ଥ ଆଖୁଆପଦାର ହରି ସିଂ କୀର୍ତ୍ତନ ମଣ୍ଡପଠାରେ ଶ୍ରୀ ଶ୍ରୀ ଦଧିବାମନ ଜୀଉ ସାହିତ୍ୟ ସଂସ୍କୃତି ପରିଷଦର ପଞ୍ଚମ ବାର୍ଷିକୀ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହେବ । ଏହି ଅବସରରେ କବିତାପାଠର ଆୟୋଜନ ହେବା ସହ ପରିଷଦର ବାର୍ଷିକ ମୁଖପତ୍ର ‘ଶ୍ରୀ ଦଧିବାମନ’ ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ରହିଛି । ୧୦ ରୁ ୧୨ ଧାଡି ମଧ୍ୟରେ ରଚିତ କବିତା ପାଠ କରିବା ନିମନ୍ତେ ଓଡିଶାର କବି ଓ କବୟିତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଆହ୍ଵାନ କରାଯାଇଛି । କବିତାପାଠରେ ଅଂଶଗ୍ରହଣ କରିଥିବା ସମସ୍ତ କବି କବୟିତ୍ରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ