ତ୍ରୟମାସିକ ଓଡିଆ ଡିଜିଟାଲ ପତ୍ରିକା “କଲ୍ଲୋଳ” ର ପ୍ରଥମ ସଂଖ୍ୟା ଉନ୍ମୋଚନ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ତା – ୧୫/୦୬/୨୦୧୯ ଯାଜପୁର : ନୂତନ କରି ଯାଜପୁରରୁ “କଲ୍ଲୋଳ” ନାମକ ସାହିତ୍ୟ ପତ୍ରିକାର ପ୍ରଥମ ଡିଜିଟାଲ ସଂସ୍କରଣ ଆଜି ବ୍ୟାସକବି ଫକୀର ମୋହନଙ୍କ ଶ୍ରାଦ୍ଧ ବାର୍ଷିକ ତିଥି ଅବସରରେ ବଣମଲ୍ଲୀର ମହକ ଅନୁଷ୍ଠାନ ମାଧ୍ୟମରେ ଉନ୍ମୋଚିତ ହୋଇଛି । ଯୁବସାହିତ୍ୟିକ ସୁଦର୍ଶନ ସାହୁଙ୍କ ସମ୍ପାଦନାରେ ଏହି ପତ୍ରିକାଟି ଏକ ସ୍ଵତନ୍ତ୍ର ଆଭିମୁଖ୍ୟ ନେଇ ଆତ୍ମ ପ୍ରକାଶ କରିଛି । ମୁଖ୍ୟତଃ ୩୫ ବର୍ଷ ବୟସ ମଧ୍ୟରେ ସାହିତ୍ୟିକ ମାନଙ୍କ ଲେଖାକୁ ଏହି ପତ୍ରିକାରେ ସ୍ଥାନିତ କରିବା ସହ ଯୁବପିଢି ମାନଙ୍କୁ ଓଡିଆ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ହେଉଛି ଏହାର ଏକ ନିଆରା ଦୃଷ୍ଟିକୋଣ । ବଣମଲ୍ଲୀର ମହକ ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ସଲିଳ କୁମାର ସ୍ଵାଇଁ ଏହି ପତ୍ରିକାଟିକୁ ଉନ୍ମୋଚନ କରିବା ସହ ଏହାର ପିଡିଏଫ ପତ୍ରିକାଟିକୁ ବଣମଲ୍ଲୀର ହ୍ଵାଟସଆପ ସଂଘ ମାଧ୍ୟମରେ ପାଠକ ପାଠିକା ମାନଙ୍କ ନିମନ୍ତେ ବିତରଣ କରିଛନ୍ତି ।
![]() |
Click on cover page to download |
ବଣମଲ୍ଲୀର ମହକ

ସାହିତ୍ୟ ପ୍ରଗତି ପଥରେ ଏକ ସୁନ୍ଦର ପଦକ୍ଷେପ ସୁଦର୍ଶନ ଭାଇ
ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସୁଦର୍ଶନ ଭାଇ
ଶୁଭେଚ୍ଛା ଓ ଶୁଭକାମନା
ଅଭିନନ୍ଦନ ସୁଦୂରୀ
ବହୁତ ସୁନ୍ଦର
ଧନ୍ୟବାଦ
ଅଭିନନ୍ଦନ ସୁଦର୍ଶନଙ୍କୁ ଏ ସଫଳ ରୂପାୟନ ପାଇଁ