ଏ ସମ୍ପର୍କ ଯୁଗ ଯୁଗର – ଗୋପାଳ ଚନ୍ଦ୍ର ସାଓ
ଉଃ…!
କିଏ ସେ କାରିଗର
ଗଢୁଛି ଏମିତି ସମ୍ପର୍କ
ଟିକିଏ ଆଘାତ ପାଇଲେ
ହୋଇଯାଏ ଦେଖ
ଏକବାରେ ଚୁରମାର…
ଭାବିଥିଲି
ଉପର ଟା ଯେମିତି
ମନଲୋଭା ଆଉ ସୁନ୍ଦର୍
ଭିତରଟା ସେମିତି
ଶକ୍ତ ଆଉ ଗମ୍ଭୀର
ହେଲେ …,ଏ କ’ଣ..?
କାହା ସ୍ପର୍ଶରେ ବି ଭାଙ୍ଗିଯାଏ
ସର୍ବାଙ୍ଗ ଶରୀର…!!
ଓହ…
ସମୟ,ଖରା ବର୍ଷା,
ଶୀତ ଆଉ କାକର
ଖାଇ ନାହିଁ ବୋଲି
ଧୈର୍ଯ୍ୟ ନାହିଁ ସହିବାକୁ
ଅବା ଇଚ୍ଛା ହୁଏ ପୁଣି ଏକ
ନୂଆ ଗଢିବାର…?
ହଉ…
ଗଢୁଛ ଯଦି ଗଢ଼
ଟିକିଏ ଭଲକରି ଏଥର
ମୁଁ ବି ଦେଖିବି ଛୁଇଁ
ଖାଇଛି କେତେ ପାହାର
ଆଉ ପରଖି ବସିବି
ଭୁଲ୍ ଟା କାହାର
ମାଟିର ନା କାରିଗରର…?
ସବୁ ବୁଝିବି
ଅବୁଝା ଏ ସହର
ଅମୃତ ଛାଡି ମାଗେ ଜହର
ଏ କେମିତି ପ୍ରତିଯୋଗିତା
ଏ ହାତରେ ପ୍ରଶ୍ନ
ସେ ହାତରେ ଉତ୍ତର …
-ଗୋପାଳ ଚନ୍ଦ୍ର ସାଓ

ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି