ବିରହଟା କେମିତିକା – ସିଦ୍ଧେଶ୍ଵର ତ୍ରିପାଠୀ
ଯେବେଠୁ ରହିବ ତୁମ ସାଥୀ ବିନା
ଦିନ ରାତି ଏକା ଏକା
ସେଦିନ ଜାଣିବ ଆଗୋ ପ୍ରିୟତମା
ବିରହଟା କେମିତିକା ।
ରାଜ ଉଆସରେ ରାଣୀ ସାଜିଥିବ
ଝୁଲୁଥିବ ଫୁଲ ଦୋଳି
ଗୋଲାପୀ ଓଠରୁ ହସ ଉଭେଇବ
ତୁମେ ଯାଉଥିବ ଜଳି ।
ଦେହ ଜଳୁଥିବ ମନ କୁହୁଳିବ
ଫଗୁଣ ଲାଗିବ ଫିକା
ସେଦିନ ଜାଣିବ ଆଗୋ ପ୍ରିୟତମା
ବିରହଟା କେମିତିକା – – – – – – –
ଅତୀତରେ ତୁମେ କେତେପ୍ରେମୀକଙ୍କ
ମନ ଦେଇଥିଲ ଜାଳି
ପଛ କଥା ଭାବି ଗୁମୁରି କାନ୍ଦିବ
ଆଖି ଲୁହ ଢାଳି ଢାଳି ।
ସେ ଲୁହ ଧାରରେ ମୋ ପାଇଁକି ଥିବ
ଦୁଇ ଟୋପାରୁ ଅଧିକା
ସେଦିନ ଜାଣିବ ଆଗୋ ପ୍ରିୟତମା
ବିରହଟା କେମିତିକା ।
ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା

ଅନୁଭବି ହିଁ ଜାଣେ