ଭାରତ ଆମରି ଦେଶ – ଡଃ ଶରତ କୁମାର ଚଉଁରୀ
ଭାରତ ଆମରି ଦେଶ
ଆମେ ଭାରତୀୟ ରେ
ପୁଣ୍ୟଭୂମି ଆର୍ଯ୍ୟ ଭୂମି
ତାର ପରିଚୟରେ।
କାଶ୍ମୀର ଠୁ କୁମାରୀକା
ଏଇ ମୋ ବିଶାଳ ଦେଶ
କେତେ ଜ୍ଞାନୀ ଏଠି ଜନ୍ମି
ରଖିଗଲେ ନିଜ ଯଶ
ବୀର ପ୍ରସବିନୀ ମାଆ
ମର୍ତ୍ତ୍ୟେ ବୈକୁଣ୍ଠରେ।
ଗଙ୍ଗା,ଗୋଦାବରୀ, କୃଷ୍ଣା
ଯା ଚରଣ ନିତି ଧୁଏ
ଚିର ସବୁଜିମା ବନ
ଚାରିଆଡେ ଶୋଭା ପାଏ
ଧର୍ମ ଭୂମି କର୍ମ ଭୂମି
ଅଟେ ଏଇ ଦେଶରେ।
ଶଙ୍କର, ନାନକ,ବୁଦ୍ଧ
ଶାନ୍ତିର ବାରତା ଗାଇ
ସଂସାରରେ ନ ଥିଲେ ବି
ଅଛନ୍ତି ଅମର ହୋଇ
ବିଶ୍ଵ ମାନବ ଜାତିକୁ
ଗଲେ ଶିକ୍ଷା ଦେଇରେ।
ଭାରତ ଆମରି ଦେଶ
ଆମେ ଭାରତୀୟ ରେ।
ଡ.ଶରତ କୁମାର ଚଉଁରୀ
ସଂ:ଶିଶୁ ଦରବାର
ଟିଚର୍ସ କଲୋନୀ, ପିପିଲି,ପୁରୀ

ସତରେ ଗର୍ବର ଫୁଲି ଉଠେ ଛାତିଟା । ସୁନ୍ଦର କବିତା ।