କାଶତଣ୍ଡି – ରଞ୍ଜନ କୁମାର ବ୍ରହ୍ମା
ଧଳା ମେଘ ଖଣ୍ଡ ଆକାଶୁ ଖସିଛି
ଘାସ ମୁଣ୍ଡେ ଅଛି ଲାଖି ।
ସବୁଜ ଶରୀରେ ତାକୁ ଧରି ନାଚେ
କାଶତଣ୍ଡି ଅଣ୍ଟା ଭାଙ୍ଗି ।।
ପାର୍ବଣ ଋତୁଟି ତା ଅତି ନିଜର
କବି ଗୀତେ ଛନ୍ଦମୟୀ ।
ତା ଲାସ୍ୟ ଲାବଣ୍ୟେ ସମୀର ପାଗଳ
ତାକୁ ଛୁଇଁ ଯାଏ ଧାଇଁ ।।
ବେଙ୍ଗୁଲୀର ଖୁସି କହିଲେ ନ ସରେ
ବୁଦାରୁ ଡିଏଁ ପାଣିକି ।
ଚଷା ଭାଇ ଖୁସି ହିଡ ପରେ ବସି
ଚୂନା ମାଛ ଖେଳ ଦେଖି ।।
ଫୁଲ ଧରିଅଛି ଯୁବା କ୍ଷେତ ତା’ର
ଫସଲ ଢାଳିବ ହସି ।
ହସେ କାଶତଣ୍ଡି ପ୍ରେମରେ ଭିଜନ୍ତି
ତା ମୂଳେ ଯୁବତୀ ବସି ।।
କିଏ ଲୁଚାଉଛି ଗୋପନୀୟ ଦ୍ରବ୍ୟ
ତା ମୂଳେ ଛକୁଚି କିଏ ।
ଶରତ ସୁନ୍ଦରୀ ଲୁଚି ବସିଥିଲା
ଧରା ପକାଇଲା ଇଏ ।।
ଖେଳି ସେ ଚାଲିଲା ଚାରି ଦିଗ ପୁଣି
ଗଗନ ପବନ ଛୁଇଁ ।
ରାତ୍ରିର ରୂପଟି ଦିନଠୁ ବଳିଲା
ପାହାଡ଼ ଜଙ୍ଗଲ ଭୂଇଁ ।।
ଚିକିଟୀ ଗଡ଼, ଗଞ୍ଜାମ
ଫୋନ୍ ନଂ- 8249486455

ପଢିବାକୁ ଭୁଲନ୍ତୁ ନାହିଁ

ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି
ନମସ୍କାର ।
ଖୁବ୍ ଉତ୍ସାହିତହେଲି ।
ପ୍ରଣାମ ସାର, ଆପଣଙ୍କ ସୃଜନୀରୁ ନିସୃତ ସୃଷ୍ଟି ଗୁଡିକ ଆମକୁ ପଢିବାର ସୁଯୋଗ ମିଳୁଥିବାରୁ ଆପଣ ସର୍ବଦା ପାଠକଙ୍କ ହୃଦୟରେ ବନ୍ଦନୀୟ ।
ସାର୍, ନମସ୍କାର । ଖୁବ୍ ଉତ୍ସାହିତହେଲି ।
ନମସ୍କାର । ଉତ୍ସାହିତ କରିଥିବାରୁ ବହୁତ ବହୁତ ଧନ୍ୟବାଦ ।