ଉତ୍କଳ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ କକ୍ଷରେ ତାଳପଦେଶ୍ଵରୀ ସାହିତ୍ୟ ଆସରର ତ୍ରୟୋବିଂଶତମ ବାର୍ଷିକ ଉତ୍ସବ ପାଳିତ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ତା ୨୦/୦୪/୨୦୧୯ – ଭୁବନେଶ୍ଵରର ବାଣୀବିହାରସ୍ଥିତ ତାଳପଦେଶ୍ଵରୀ ସାହିତ୍ୟ ଆସରର ତ୍ରୟୋବିଂଶତମ ବାର୍ଷିକ ଉତ୍ସବ ଶ୍ରୀ ଅମୂଲ୍ୟ କୁମାର ଦାଶଙ୍କ ସଭାପତିତ୍ଵରେ ଉତ୍କଳ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ କକ୍ଷରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ଵତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ଶ୍ରୀଯୁକ୍ତ ଅମରେଶ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବ୍ୟଙ୍ଗ କବି ଶ୍ରୀଯୁକ୍ତ ଜ୍ଞାନ ହୋତା, ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଖାରବେଳ ମହାନ୍ତି ଏବଂ ସାହିତ୍ୟାନୁରାଗୀ ଡକ୍ଟର ଇନ୍ଦ୍ରମଣି ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ଗୀତିକବି ପ୍ରଫେସର ଶରତ ଚନ୍ଦ୍ର ରଥଙ୍କ ପୌରହିତ୍ୟରେ ବିଭିନ୍ନ କବି କବୟିତ୍ରୀ ମାନେ କବିତାପାଠ କରିଥିଲେ ।

